csstore

ଦ୍ଵିତୀୟ ଆଭାସି ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦ୍ଵିତୀୟ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ ବିଶିଷ୍ଟ ହାସ୍ୟବ୍ୟଙ୍ଗ କବି ଭରତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଠାରି କବିତା ଆସରର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀ ନାଏକଙ୍କ ହାସ୍ୟ କବିତା ଶୁଣି ସମସ୍ତେ ହସିବାକୁ ବାଧ୍ୟ ହୋଇଯାଇଥିଲେ । ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ ଯୋଗ ଦେଇ ହାସ୍ୟ କବିତା ଶୁଣାଇ ଦର୍ଶକଙ୍କ ମନକୁ ଜିଣି ନେଇଥିଲେ । କବିତା ଆସର ଶେଷରେ କବି ନିତ୍ୟାନନ୍ଦ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଆକାଶବାଣୀ କଣ୍ଠଶିଳ୍ପୀ ନାରାୟଣ ଦଣ୍ଡସେନା ନିଷାନ୍ ବନ୍ଦନା ଗାନ କରିଥିଲେ । ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ, ବିଶିଷ୍ଟ କବି ସିରଜିନା ସଂପାଦକ ରାଜେନ୍ଦ୍ର ମହାନ୍ତି, ଓଡିଆ ଅଧ୍ୟାପିକା କବୟିତ୍ରୀ ଆର୍. ପୁଷ୍ପାଞ୍ଜଳି, କବୟିତ୍ରୀ ସାବିତ୍ରୀ ସାହୁ, ବିଜୟଶ୍ରୀ ନାଥ, ପୂର୍ଣ୍ଣିମା ପଣ୍ଡା, ମମତା ପାତ୍ର, ହୀରାବତୀ ସାହୁ, ଲିଲାବତୀ ବେହେରା, ତୃପ୍ତିମୟୀ ତ୍ରିପାଠୀ, ନିଳିମା ଦାଶ, ପ୍ରଗତି ପାତ୍ର, ସୁବଳ ସାହୁ, ନିଗମାନନ୍ଦ ଦାଶ, ରାଧେଶ୍ୟାମ ସାହୁ, ସତ୍ୟ ନାରାୟଣ ମିଶ୍ର, ରାଜୀବ ପଟେଲ, ସୁଦାମ ପୁଟେଲ, ଧ୍ୟାନାନନ୍ଦ ପଣ୍ଡା, ପ୍ରଦ୍ୟୁତ ହୋତା, ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ଅନିଲ ପଣ୍ଡା, ଯଦୁମଣି ପଟେଲ୍, କାର୍ତ୍ତିକ ପଟେଲ, ଶଙ୍କର୍ଷଣ ବାଗ, ଗୌରବ ଦୀପ, ଅଶ୍ଵିନୀ ମେହେର, ସତ୍ୟ ଚରଣ ମହାକୁର, ସେବାରାମ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆସନ୍ତା ମେ’ ୨୮ ରବିବାର ଦିନ ତୃତୀୟ ଅଠାରି କବିତା ଆସର ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.