ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(୪୬) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିଲେ । ହେଲେ ଦୁଇ ମାସ ହୋଇଗଲାଣି ଶଯ୍ୟା ଶାୟୀ ହୋଇ ପଡିରହିଛନ୍ତି । ପାରିବାର ପୋଷଣ କରୁଛି ତାଙ୍କ ଆଠ ବର୍ଷର ପୁଅ କାମ କରି । ଏହି ସମୟରେ ସମୀର ଦିବ୍ୟାଙ୍ଗର ପ୍ରତିଷ୍ଠାତା କୀର୍ତ୍ତନ ଦାଶ ଗୋଟିଏ ମାସର ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ପିନ୍ଧିବାକୁ ଲୁଗା ସହ ତାଙ୍କର ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଲକଡାଉନ ପରେ ତାଙ୍କୁ ଚିକିତ୍ସା ପାଇଁ ଉଲଟ ପୁର ନେବାକୁ ପ୍ରତିଶୃତି ଦେଇଛନ୍ତି । ସମୀର ଦିବ୍ୟାଙ୍ଗ ସଂଘର ଏହି କାମକୁ ଗ୍ରାମବାସୀମାନେ ବେଶ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.