jsm

ବାବା ସାହେବଙ୍କ ୧୩୦ ତମ ଜନ୍ମ ଉତ୍ସବ ଓ ଆବାହାକ ମଣ୍ତଳୀ ସମିକ୍ଷା ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ମୁଣ୍ଢେଲା ଗ୍ରାମରେ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ସଂପାଦକ ଶ୍ରୀ ଦେବାର ଛତରଙ୍କ ଆହ୍ୱାନ କ୍ରମେ ବାବା ସାହେବଙ୍କ ୧୩୦ ତମ ଜନ୍ମ ଉତ୍ସବ ଓ ଆବାହାକ ମଣ୍ତଳୀ ସମିକ୍ଷା ବୈଠକ ଉକ୍ସୋ ଦୀପଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଥିଲା । ଭକ୍ତ ବୈଠକରେ ମୁଖ୍ୟ ଅତିଥି ଏହି ଅଞ୍ଚଳର ଜଣାଶୁଣା ସମାଜସେବୀ କ୍ଷେତ୍ରୀ ଲୁହାର, ସମ୍ମାନିତ ଅତିଥି ଗଣେଶ ସୁନା ଯୋଗଦାନ କରି ବାବାଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ସଭ୍ୟସଭ୍ୟା ମାନେ ଉପସ୍ଥିତ ଥାଇ ଧୁମଧାମରେ ବହୁ ଆଡମ୍ବର ସହକାରେ ବାବାଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ଏହି ସଭାରେ ବହୁ ମାନ୍ୟଗର‍୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାଳିଆ ବିଭାର, ଦିଲିପ କୁମ୍ଭାର, ଆନନ୍ଦ ବାଗ, ଚଞ୍ଚଳା ଛତର, ଧିରା କୁମ୍ଭାର, ପଙ୍କଜିନୀ ବାଗ, ଜାମିନୀ ତାଣ୍ତି, ରେବତୀ ଛତର, ରକ୍ଷାକାର ସୁନା, ଶୁଭ ଛତର, ଆନନ୍ଦ ମହାନନ୍ଦ, ବିଷ୍ଣ ଦୀପ, ଜଗଦୀଶ ଦୀପ, ସନାତନ ଦୀପ, ମହିମା ବେସର, ସନବାଇ ମହାନନ୍ଦ, ଇନ୍ଦ୍ର ଦୀପ, ରୋହିତ ବାଗ, ଟୁନା ତାଣ୍ତି, କୁଞୀଲତା ସୁନା ପ୍ରମୁଖ ଉପସ୍ଥିତ ହୋଇଥିଲେ । ଶେଷରେ ମାଣ୍ତିଆଢିପା ଲକ୍ଷେଘର ଗଣ୍ଡା ସମାଜ ସଭାପତି ଦେବାର ଛତର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.