ଚୁଡାପାଲି ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚୁଡ଼ାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମାତୃ ସମ୍ମିଳନୀରେ ମୁଖ୍ୟ ଅତିଥୀ ଭାବେ ରୋତ୍ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପକ ତଥା ଚୁଡ଼ାପାଲି ମାଟିର ସୁଯୋଗ୍ୟ ସନ୍ତାନ ଡ. ଅରୁଣ କୁମାର ନାଏକ ଦ୍ଵୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଡ. ନାଏକ ମା’ମାନଙ୍କ ଉଦ୍ଦେଶ୍ୟରେ ଶିଶୁକୁ ଗଢିବାରେ ତାଙ୍କର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦର ସହ ସମ୍ପାଦକ ରବିଚନ୍ଦ୍ର ଧରୁଆ ଓ ସଭ୍ୟା ଶ୍ରୀମତୀ ଦୁଲ୍ଲଣୀ ମେହେର ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶମ୍ଭୂପ୍ରସାଦ ମହାକୁର ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଗୁରୁଜୀ ପବିତ୍ର ବାରିକ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ମାତୃ ସମ୍ମିଳନୀ ସଫଲ ଭାବେ ସମାପନ ହୋଇଥିଲା । ଶ୍ରୀଯୁକ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାନ୍ତିମନ୍ତ୍ର ପୂର୍ବକ ରାଷ୍ଟ୍ର ବନ୍ଦନା ସହ ସମ୍ମିଳନୀ ସମାପ୍ତ କରାଯାଇଥିଲା ।

Leave A Reply

Your email address will not be published.

12 − 5 =