jayashree

ବୋରିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ : ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ବୋରିଆ ମଣ୍ଡଳରେ ଅନୁଷ୍ଠିତ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ । ସିରୋଲ ଧାନ ମଣ୍ଡିଠାରେ ମଣ୍ଡଳ ସଭାପତି ଝସକେତନ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ଦୀପ ପ୍ରଜ୍ୱଳନ ଓ ବନ୍ଦେ ମାତରମ୍ ଗାନ ସହ ବୈଠକର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗଦେଇଥିଲେ । ଏହାସହ ଜିଲ୍ଲା ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ବିଭୀଷଣ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା, ପୂର୍ବତନ ବିଧାୟକ ଅନାମ ନାଏକ, ଓବିସି ମୋର୍ଚ୍ଚା ସଭାପତି ପ୍ରତାପ କୁମାର ବାଗଙ୍କ ସମେତ ବହୁ ବରିଷ୍ଠ ନେତା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ । ବୈଠକରେ ମଣ୍ଡଳର ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି, ମଣ୍ଡଳ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ୍ ସଭାପତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ମଣ୍ଡଳରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଓ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୋରିଆ ମଣ୍ଡଳ ସାଧାରଣ ସମ୍ପାଦକ ଧନେଶ୍ୱର ସାହୁ ବୈଠକର ସଂଚାଳନ କରିଥିବା ବେଳେ ବରିଷ୍ଠ ନେତା ବଂଶୀପାଣି ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ ସହ ବୈଠକର ପରିସମାପ୍ତି ଘଟିଥିଲା ।

Leave A Reply

Your email address will not be published.