ପାଇକମାଲ ହାଇସ୍କୁଲରେ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ ଗ୍ରେଡ ପାଇଥିବା ଛାତ୍ର ପ୍ରୀତମ ସ୍ୱାଇଁ ଓ ସୌରଭ ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ବିଦ୍ୟାଳୟର ଏ୧ରେ ୨ଜଣ, ଏ୨ରେ ୨୦ ଜଣ, ବି୧ରେ ୩୧ ଜଣ, ବି୨ରେ ୨୮ ଜଣ, ସି ଗ୍ରେଡରେ ୧୪ ଓ ଡି ଗ୍ରେଡରେ ୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଫଳାଫଳକୁ ୧୦୦% ପାସ୍‌ କରିଛନ୍ତି । ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପାଇକମାଲ ବିଇଓ ଚୁଡାମଣି ବାରିକ ଯୋଗଦାନ କରି ଗୋଷ୍ଠୀ କାର୍ଯ୍ୟାଳୟ ତରଫରୁ ଟ୍ରଫି ପ୍ରଦାନ କରି ଉଭୟ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ଶିବ ପ୍ରସାଦ ଯୋଶୀ, ରାଧେଶ୍ୟାମ ମେହେର, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କୁସୁମ କୁମାର ରାଓ, ଟାଇଲ ଚନ୍ଦ୍ର ଭୋଇ ଯୋଗଦାନ କରିଥିଲେ । ଏହି ଅବସରରେ ତ୍ରିଲୋଚନ ନାଏକଙ୍କ ଦ୍ୱାରା ଡ. ମାୟାଧର ମାନସିଂହଙ୍କ ରଚିତ ପୁସ୍ତକ ହିନ୍ଦୀ ଅନୁବାଦ ‘ଶିକ୍ଷା କ୍ୟା ଔର କ୍ୟୁ’କୁ ମୁଖ୍ୟ ଅତିଥି ଲୋକାର୍ପିତ କରି ପୁସ୍ତକାଳୟକୁ ପ୍ରଦାନ କରିଥିଲେ । ତ୍ରିଲୋଚନ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଲଳିତ କୁମାର ବିଶ୍ୱାଳ, ରଜତ କୁମାର ସାହୁ, ଆନନ୍ଦିନୀ ସେଠ, ମଧୁସ୍ମିତା ମେହେର, ଅମିତ ସାହୁ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen + thirteen =