ଭତ୍ତା ଟଙ୍କା ଉଠାଇବାକୁ ଯାଇ ବାଟରେ ବୃଦ୍ଧ ଚେତାଶୂନ୍ୟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଗ୍ରାମ ପଞ୍ଚାୟତର କୁଡଭଟା ଗ୍ରାମର ରାଜାରାମ ହାତୀ ବେଲପଡା ଷ୍ଟେଟ ବ୍ୟାଙ୍କକୁ ଆସି ଫେରୁଥିବା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଚେତାଶୂନ୍ୟ ହୋଇ ପଡିଲେ । ସୂଚନାଯୋଗ୍ୟ ଯେ, ଦୁଇ ବୃଦ୍ଧବୃଦ୍ଧା ତାଙ୍କର ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡା ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ସେଠାରେ ବ୍ୟାଙ୍କ କର୍ମଚାରୀ ତୁମର ଟଙ୍କା ପଡ଼ିନାହିଁ କହିବାରୁ ନିଜ ଘରକୁ ଫେରୁଥିବା ସମୟରେ କୁଦଭଟା ଓ ପଦମପୁର ମଝିରେ ରାଜାରାମ ଚେତାଶୂନ୍ୟ ହୋଇପଡିଥିଲେ । ଏହା ଦେଖି ବେଲପଡାର ଦେବସୁନା ଓ ସୁରେଶ ଉକ୍ତ ସ୍ଥାନରେ ପହଞ୍ଚି ବୃଦ୍ଧ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ଆଣିଥିଲେ ।

Leave A Reply

Your email address will not be published.

four × 2 =