oom

ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ପ୍ରଧାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଆଜି ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପ୍ରଧାନ ନିଜର କାର୍ୟ୍ୟକାଳ ମଧ୍ୟରେ ବରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଶିକ୍ଷା ବିଭାଗର ଅଧିକାରୀ ପର୍ୟ୍ୟନ୍ତ ପହଞ୍ଚି ପାରିଥିଲେ । ଆଜିକାର କାର୍ୟ୍ୟକ୍ରମରେ ସଂଘ ତରଫରୁ ଡମ୍ବରୁଧର ପାଣିଗ୍ରାହୀ, ରାମଚନ୍ଦ୍ର ଧରୁଆ, ଜନ୍ମେଜୟ ପଣ୍ଡା, ଦିପ୍ତୀ ପ୍ରକାଶ ଦାଶ, ଲାଲଚନ ବଗର୍ତ୍ତୀ, ଅରୁଣ ତ୍ରିପାଠୀ, ରାଜୁ ଭୋଇ, ରାଜେଶ କୁମାର ସାହୁ, ଏକଲବ୍ୟ ବାଗ, ପ୍ରେମାନନ୍ଦ ମେହେର, ସୁଶାନ୍ତ ରାହା, ଘନଶ୍ୟାମ ମେହେର ଉପସ୍ଥିତ ରହି ସମ୍ବର୍ଦ୍ଧନା ଉତ୍ସବରେ ନିଜ ନିଜ ମତ ରଖିଥିଲେ । ସମସ୍ତେ ଶ୍ରୀ ପ୍ରଧାନଙ୍କ ସୁଖମୟ ଓ ନିରୋଗ ଭବିଷ୍ୟତ ଜୀବନର କାମନା କରିଥିଲେ ।

jittmm
Leave A Reply

Your email address will not be published.