pakka

ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ମହାଦେବ ବଡକାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ପ୍ରଦୀପ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମୁଖ୍ୟବକ୍ତା ଶିକ୍ଷକ ନେତା ରାଜକୁମାର ବରାଡ ଯୋଗ ଦେଇ ଶିକ୍ଷକମାନଙ୍କର ସାଙ୍ଗଠାନିକ କାର୍ଯ୍ୟ ଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅବସର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ, ବଲାଙ୍ଗିର ଓ ମୁଖ୍ୟ କିରାଣୀଙ୍କ ସହଯୋଗ ମନୋଭାବ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ହରିବନ୍ଧୁ ଧରୁଆ, ପ୍ରଧାନ ଶିକ୍ଷକ ରାଜ କିଶୋର ଭୋଇ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ମୁଗୁରୀ, ଶମ୍ଭୁଷଣ ପୁରୋହିତ, ଶିକ୍ଷୟତ୍ରୀ ଶ୍ରୀମତୀ ସୁହାସିନୀ ଚାନ୍ଦ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାଏକ ଓ ମୁଖ୍ୟ କିରାଣୀ ମନୋରଞ୍ଜନ ସ୍ୱାଇଁ ଅବସର ନେଇଥିବାରୁ ସକମା ଆଞ୍ଚଳିକ ସାଧନା କେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ତରଫରୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଶେଷରେ ହରିବନ୍ଧୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nine − five =