jsm

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର ସାଂଗଠାନିକ ସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜ ବଲାଙ୍ଗିର ଜିଲ୍ଲାର ଏକ ସାଂଗଠାନିକ ବୈଠକ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ରାଣିପାଲି ମାହେଶ୍ୱରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତରେ ଗଠିତ ଅସ୍ଥାୟୀ କାର୍ଯ୍ୟକାରୀ କମିଟିର ପୁର୍ନଗଠନ କରାଯାଇ ଆଗାମୀ ଦିନରେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ସ୍ଥିର କରାଯାଇଛି । ସର୍ବ ସମ୍ମତିକ୍ରମରେ ଲମ୍ବୋଦର ମହାକୁର, ଦୟାନିଧି ଖମାରୀ(ମଣ୍ଟୁ), ସଂକର୍ଷଣ ଭୋଇ, ମୀନକେତନ ଡାଙ୍ଗ, ପିତାମ୍ବର ଖମାରୀ, ସଂଜୟ ମହାକୁର, ନାରାୟଣ କମ୍ପ, କନ୍ଦର୍ପ ଦନ୍ତା, ସୁବଳ ଖମାରୀ, ମଧୁ ସୁଦନ ଖେତି, ବନମାଳି ପାତ୍ରଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ ମନୋନିତ କରାଯାଇଥିଲା । ମଲିଆ ଗଡୁଆ, ବିଶ୍ୱାମିତ୍ର ବଘାର, ସୁରେଶ କର୍ଣ୍ଣ, ଚକାନନ୍ଦ କମ୍ପ, ପୂର୍ଣ୍ଣଚନ୍ଦ୍ର ଖମାରୀଙ୍କ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ସମାଜର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା । କନ୍ଦାଜୁରି ଚକର ସଭାପତି ଟିଞ୍ଚୁ ମେର୍ଲିଙ୍କ ସହମତିରେ ଓ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣ, କନ୍ଦାଜୁରିଠାରେ ଜିଲ୍ଲା କାର୍ଯ୍ୟକାରିଣୀର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବା ପାଇଁ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଚକ, କେନ୍ଦ୍ର ସଭାପତି, ସଂପାଦକ ଏବଂ ଶତାଧିକ ଜାତି ଭାଇ ଯୋଗ ଦେଇଥିଲେ । ଶେଷରେ କନ୍ଦର୍ପ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.