pakka

ମୁରସିଂରେ ବନ ମହୋତ୍ସବ ୨୦୨୨ ଅବସରରେ ଶତାଧିକ ବୃକ୍ଷରୋପଣ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ସଇଁତଲା ରେଞ୍ଜ କନ୍ଧକେଲ ଗାଁ ସେକସନ୍ ତଥା ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂ ଗାଁରେ ବନ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଫରେଷ୍ଟର ସୁଶିଲ ପୁଟା, ରେଞ୍ଜର, କୁତୁର୍ଲା ନାଏବ ସରପଞ୍ଚ ଜଳନ୍ଧର ଚନ୍ଦନ, ୱାର୍ଡ ମେମ୍ବର ପ୍ରଶାନ୍ତ ସା, ନର୍ସରୀ ଜଗୁଆଳି ଭୋଜରାଜ୍ ପଧାନଙ୍କ ସହ ବନ ବିଭାଗର ବହୁ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ନାଏବ ସରପଞ୍ଚ ଜଳନ୍ଧର ଚନ୍ଦନ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନର୍ସରୀରେ କାଜୁ, ଶିଶୁ, ନିମ୍ବ, ବାଉଷ ଭଳି ଶତାଧିକ ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.

eight + ten =