pakka

ବନ୍ଧପଡା ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବନ୍ଧପଡା ସ୍ଥିତ ହାଇସ୍କୁଲରେ ଶନିବାର ଦିନ ପୁରାତନ ଛାତ୍ରଙ୍କ ଦ୍ଵାରା ଆଲୁମିନି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂସ୍କୃତ ଶିକ୍ଷକ ଯୁଗେଶ୍ୱର୍ ନାଏକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜିତେନ୍ଦ୍ରିୟ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଏହି ବୈଠକରେ ଆଲୁମିନି ସଭାପତି ଅଚ୍ୟୁତାନନ୍ଦ ମିଶ୍ର, ଅମନ୍ ପୋଢ଼, ଶାନ୍ତନୁ ସିଂ, ଗୋପାଳ ଚୌଧୁରୀ, ସୁଶାନ୍ତ ଦଳାଇ, ବିନୋଦ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 2 =