jsm

ନବ ନିର୍ବାଚିତ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇଙ୍କୁ ନାଗରିକ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ଗାନ୍ଧୀ ପାଠାଗାର ଦ୍ୱାରା ସ୍ଥାନୀୟ ପତିତପାବନ ଏକାଡେମୀଠାରେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଅନୁଷ୍ଠାନ ଓ ମହିଳା ସଂଗଠନ ଦ୍ୱାରା ନବ ନିର୍ବାଚିତ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ତଥା କାଉନସିଲର ଇଶ୍ମତ ଆରା ଖାନ, ସଞ୍ଜୁଲତା ଦନ୍ତା, ମହେନ୍ଦ୍ର ବାଗ ଓ ସନ୍ତୋଷିନୀ କୁଅଁରଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାଠାଗାରର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ପ୍ରଦିପ ସାହୁ ସଭାର ସଂଯୋଜନା କରିଥିଲେ । ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ଉପଢୌକନ ପ୍ରଦାନ କରି ପୌରାଧ୍ୟକ୍ଷା, ଉପାଧ୍ୟକ୍ଷା ତଥା କାଉନସିଲରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗିର ସହରର ବତିଶଟି ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରି ପୌରାଧ୍ୟକ୍ଷା, ଉପାଧ୍ୟକ୍ଷାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ବଲାଙ୍ଗିର ନାଗରିକ କମିଟି, ବଲାଙ୍ଗିର ବରିଷ୍ଠ ନାଗରିକ ଫୋରମ, ଅବସରପ୍ରାପ୍ତ ସୈନିକ ସଂଘ, ଜିଲ୍ଲା କ୍ରିଡା ସଂସଦ, ସିଭିଲ ସୋସାଇଟି, ସଚେତନ ମହିଳା ମଂଚ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ରାଣୀବନ୍ଧ ଉନ୍ନୟନ କମିଟି, ପ୍ରେରଣା ପରିବାର, ରାଣୀବନ୍ଧ ତର୍ପଣ ଘାଟ ଟ୍ରଷ୍ଟ, ଶିଶୁ ବିକାଶ କେନ୍ଦ୍ର, ସହିଦ ଭଗତ ସିଂ କ୍ଲବ, ସମଲେଇ ମନ୍ଦିର ଆରତି ଗ୍ରୁପ, ଭୂମିକା ପରିବାର, ଟିକ୍ରାପଡା ବ୍ୟବସାୟୀ ସଂଘ, ଦୈନିକ ବଜାର ବ୍ୟବସାୟୀ ସଂଘ, ଅଟୋ ରିକ୍ସା ସଂଘ, ମାଲପଡା ନାଗରିକ କମିଟି, ରୋଟାରି କ୍ଲବ ସେଣ୍ଟ୍ରାଲ, ତାରୁଣ୍ୟ ସାହିତ୍ୟ ଅନୁଷ୍ଠାନ, ମାରୱାଡି ଯୁବା ମଂଚ, ଭିଏସ୍‌ଏସ୍‌ କ୍ଲବ ଇନ୍ଦିରା ନଗର, ରିକ୍ସା ଚାଳକ ସଂଘ, ଅସ୍ଥା, ବିଭିନ୍ନ ପୂଜା କମିଟି, ବିଡିଜିଏ, ବଲାଙ୍ଗିର ଉଠା ଦୋକାନୀ ସଂଘ, ମା’ ମେଟାକାନି, ଓଁ ସାଇ ରାମ, ଜୟ ମାତାଦି, ଶ୍ୟାମା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗଦାନ କରି ସମ୍ବର୍ଦ୍ଧନା ଦେଇ ମତାମତ ପ୍ରଦାନ କରିଥିଲେ । ବଲାଙ୍ଗିର ନାଗରିକ କମିଟି ସଂପାଦକ ମନୋରଂଜନ ସାହୁ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ପୂର୍ବତନ ନଗରପାଳ ପ୍ରଦୀପ ସାହୁ, ବରିଷ୍ଠ ନାଗରିକ ମଂଚରୁ ପ୍ରଭାକର ମିଶ୍ର, ସିଭିଲ ସୋସାଇଟିରୁ ନୀଳମଣି ମିଶ୍ର, ରେଳ ଉପଭୋକ୍ତା କମିଟିରୁ ଧର୍ମପଦ ରଥ, ବଲାଙ୍ଗିର ଏକ୍ସନ କମିଟିରୁ ଗୋପାଳଜୀ ପାଣିଗ୍ରାହୀ, ସମାଜସେବୀ ଶ୍ରୀକର ମିଶ୍ର, ରାଣୀବନ୍ଧ ଉନ୍ନୟନ କମିଟି କୃଷ୍ଣ ମିଶ୍ର, ସଚେତନ ମହିଳା ମଂଚର ସାଗରିକା ଗୁରୁ, ବିଙ୍ଗ ହ୍ୟୁମାନରୁ ସୋମନାଥ ମିଶ୍ର, ମାହେଶ୍ୱରୀ ସଂଗଠନରୁ ଅଙ୍କୁଶ ପାଣ୍ଡିଆ, ଭୂମିକାରୁ ବୀରେନ୍ଦ୍ର ବନଛୋର, ଶିକ୍ଷାବିତ୍‌ ପୀତବାସ ପଣ୍ଡା, ଯୁଧିଷ୍ଠିର ମିଶ୍ର, ଅବସର ସୈନିକ ସଂଘରୁ ପ୍ରତାପ ରଥ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ ପ୍ରମୁଖ ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ତଥା ଉନ୍ନତି ନିମନ୍ତେ ନିଜ ନିଜର ମତାମତ ରଖିଥିଲେ । ସମସ୍ତ କାଉନସିଲର, ଉପାଧ୍ୟକ୍ଷା ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଲିକା ସାହୁ ବଲାଙ୍ଗିର ସହରକୁ ଏକ ସୁନ୍ଦର ସହରରେ ଗଢି ଗୋଳିବାକୁ ତଥା ଜନସାଧାରଣଙ୍କର ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦେବା ପାଇଁ ନବ ନିର୍ବାଚିତ ପୌର ପରିଷଦ ବଦ୍ଧପରିକର ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମସ୍ତ ଅନୁଷ୍ଠାନ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ । ପାଠାଗାରର ସଭାପତି ପ୍ରକାଶ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya

Comments are closed, but trackbacks and pingbacks are open.