jsm

ବଲାଙ୍ଗିରର ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ବନ୍ଧୁମିଳନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଂଗ୍ରେସ ଦଳର ଅନେକ ପୁରୁଖା ତଥା ବରିଷ୍ଠ ନେତୃବୃନ୍ଦଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ନିକଟସ୍ଥ ଚଟିଆପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ୱାର୍ଡରୁ ବିଶିଷ୍ଟ କଂଗ୍ରେସ ନେତୃବୃନ୍ଦ ଯୋଗଦାନ କରି ସଦ୍ୟ ସମାପ୍ତ ପଂଚାୟତ ତଥା ପୌର ନିର୍ବାଚନ ପରବର୍ତ୍ତି ଫଳାଫଳ ପରିପ୍ରେକ୍ଷୀରେ ଦଳର ସାଂଗଠନିକ ଦୁର୍ବଳତା ଓ ପରିଚାଳନାଗତ ତୃଟିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ସହିତ ଏକଛତ୍ରବାଦ ତଥା ପରିବାରବାଦର ପ୍ରାଧାନ୍ୟ ଯୋଗୁଁ କ୍ରମଶଃ କଂଗ୍ରେସ ଦଳ ଦୁର୍ବଳ ହେଉଛି ଏବଂ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଉଛି ବୋଲି ମତ ପ୍ରକାଶ ପାଇଥିଲା । ସାଧାରଣ ଜନ ଜୀବନ ସହିତ ଜଡିତ ଦଳର ପୁରୁଖା ନେତା ତଥା ବରିଷ୍ଠ ନେତୃବୃନ୍ଦଙ୍କୁ ଅଣଦେଖା ଓ ଉପେକ୍ଷା କରାଯିବା କାରଣରୁ ଜନସାଧାରଣ କଂଗ୍ରେସ ଉପରୁ କ୍ରମଶଃ ଆସ୍ଥା ହରାଉଥିବା ବିଷୟ ଆଲୋଚନା ହୋଇଥିଲା । ପୁରୁଣା ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ସହରର ବିଭିନ୍ନ ଅସମାହିତ ସମସ୍ୟାର ସମାଧାନ ପାଇଁ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ ସହିତ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦଳ ଭିତରେ ଥିବା ଅସଂଗତି ଓ ଅବ୍ୟବସ୍ଥା ସଂପର୍କରେ ପର୍ଯ୍ୟାୟକ୍ରମେ ପ୍ରଦେଶ କଂଗ୍ରେସ ଓ ଅଖିଳ ଭାରତ କଂଗ୍ରେସ କମିଟିର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ଭବିଷ୍ୟତରେ ଦଳର ଆଭ୍ୟନ୍ତରିଣ ପରିସ୍ଥିତିରେ ପରିବର୍ତ୍ତନ ନ ହେଲେ ଦଳର ପୁରୁଖା ନେତାବୃନ୍ଦ ଓ ସମଭାବାପନ୍ନ ପୁରୁଣା କର୍ମୀ ସମୁହ ବିକଳ୍ପ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବକୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ତଥା ବରିଷ୍ଠ କଂଗ୍ରେସ ନେତା ଭଂଜ କିଶୋର ନାଗ, ରଙ୍କଧର ମଲ୍ଲିକ, ନିଥନିଏଲ ଛତ୍ରିଆ, ପ୍ରବିଣ କୁମାର ପାଣ୍ଡେ, ଦଳର ସଂଖ୍ୟା ଲଘୁ ସଂପ୍ରଦାୟ ସେଲ ଜିଲ୍ଲା ଅଧ୍ୟକ୍ଷ ପ୍ରମୋଦ କୁମାର ବାରିକ, ବିଶିଷ୍ଟ କଂଗ୍ରେସ ନେତା ନିଶାରକାନ୍ତ ନାଗ, ଗୌର ଚନ୍ଦ୍ର ପୁରୋହିତ, ଭୁବନାନନ୍ଦ ସେଠ୍‌, ବାଳମୁକୁନ୍ଦ ମାଝି, ଗ୍ଲାଡଷ୍ଟୋନ ତାଣ୍ଡି, ରାମଧାରୀ ବାରିକ ପ୍ରମୁଖ ନିଜ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ପୂର୍ବତନ ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପୂର୍ବତନ ନଗର କଂଗ୍ରେସ ସଭାପତି ସୁଦାମ ସାହୁ, ସଞ୍ଜୟ କୁମାର ଦୋରା, ସୁରେନ୍ଦ୍ର କୁମାର ସାହୁ, ଡାକ୍ତର ପ୍ରଭାତ କୁମାର ଗୁରୁ, ହାଡୁ ସ୍ୱାଇଁ, ମଧୁ ସୁଦନ ବାଗ, ସୁଶିଲ କୁମାର ବେହେରାଙ୍କ ବ୍ୟତିତ ଅନେକ ପୁରୁଣା କଂଗ୍ରେସ ନେତାବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ନଗର ସଭାପତି ଅଶୋକ କୁମାର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରବର୍ତ୍ତି କାର୍ଯ୍ୟସୂଚୀ ସଂପର୍କରେ ସୂଚନା ପ୍ରଦାନ ପୂର୍ବକ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

yuvodaya
Leave A Reply

Your email address will not be published.