csstore

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ସମ୍ବର୍ଦ୍ଧିତ

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଓ ହାଇକୋର୍ଟ ଅଫ୍ ଓଡ଼ିଶାର ଖ୍ୟାତିସଂପନ୍ନ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ଓ ତାଙ୍କ ଧର୍ମପତ୍ନୀ ମଧୁମିତା ବାନାର୍ଜୀଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ପର୍ବରେ ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ ବିଶ୍ବାଳ, ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, କବୟିତ୍ରୀ ସରୋଜ ନଳିନୀ ପରିଜା, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ବରିଷ୍ଠ ସଦସ୍ୟ ଉପେନ୍ଦ୍ର ବାରିକ, ପ୍ରସନ୍ନ ବେହେରା, ଶୁଭରଞ୍ଜନ ବେହେରା, ଗିରିବାଳା ଗିରି ଓ ତାଙ୍କ ପରିବାର ସଦସ୍ୟ ବର୍ଗ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ବିଶିଷ୍ଟ ଆଇନଜୀବୀ ଡକ୍ଟର ବାନାର୍ଜୀ ଜଣେ ଆଧ୍ୟାତ୍ମିକବାଦୀ ଲେଖକ, ସମାଜ ସଂସ୍କାରକ, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବାରେ ଜଣେ ସୁଦକ୍ଷ ଓକିଲ ଭାବେ ପରିଚିତ, ଗବେଷକ, ତାଙ୍କ ରଚିତ ପୁସ୍ତକ ନାଟ୍ୟକାର ରାମଶଙ୍କର ଜାପାନରେ ଉନ୍ମୋଚିତ ହେବା ସହ ପ୍ରବାସରେ ତାଙ୍କୁ ଉଚ୍ଚ ପ୍ରଶଂସା ମିଳିଛି ପୁଣି ତାଙ୍କ ଆଉ ଏକ ବାସ୍ତବବାଦୀ ପୁସ୍ତକ ‘ଚିହ୍ନିଲେ ତୁମେବି ମୋତେ ଭଲ ପାଇବ’ ମଧ୍ୟ ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିଛି ।

jayashree
Leave A Reply

Your email address will not be published.