csstore

ଚାଟାର୍ଡ଼ ଆକାଉଣ୍ଟ ଦିବସରେ ଭୁବନେଶ୍ୱର ଠାରେ ସି.ଏ. ରମେଶ କେଜ୍ରିୱାଲଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିରୁ ବହୁ ପ୍ରତିଭାବାନ ବ୍ୟକ୍ତି ନିଜର ଦକ୍ଷତା, କଳା ଓ କୌଶଳ ବଳରେ ନିଜ ଅଞ୍ଚଳର ନା କରିଛନ୍ତି ସେମାନଙ୍କ ମଧ୍ୟରୁ ରମେଶ କେଜ୍ରିୱାଲ ଅନ୍ୟତମ । ଟିଟିଲାଗଡରେ ଜନ୍ମ ଗ୍ରହଣ କରି ନିଜର ପାଠ ପଢ଼ା ଆରମ୍ଭ କରିଥିଲେ । ବାଳକ ଉଚ୍ଚ ବିଦ୍ୟାଳୟରେ ଦଶମ, ଡିଏ ଭି ମହାବିଦ୍ୟାଳୟରେ ଯୁକ୍ତ ଦୁଇ, ରସାୟନ ବିଜ୍ଞାନରେ ଯୁକ୍ତ ତିନି ପାଠ୍ୟକ୍ରମରେ ସ୍ନାତକୋତ୍ତର ସାରି କୋଲକାତାକୁ ଯାଇ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ପଢି ଆଜି ଜଣେ ସଫଳ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ପରିଚିତ । ନିଜର ଦକ୍ଷତା ପ୍ରତିପାଦନ କରିବା ଶହ ଶହ ଓଡ଼ିଶାର ରାଜଧାନୀରେ ଏବେ ସେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ରମେଶ କେଜ୍ରିୱାଲ ପରିଚିତ । ଭୁବନେଶ୍ୱର ଠାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ରଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସରେ ରୋଟାରି କ୍ଲବ ତରଫରୁ ଡିଜି ଅନିଲ କୁମାର ସାମଲ (ଆଇଏଏସ୍‌) ଓ ଫାଷ୍ଟ ଲେଡି ସୁବ୍ରତା ସାମଲ ସମ୍ବର୍ଦ୍ଧନା କରିଛନ୍ତି । କେଜ୍ରିୱାଲ ଜଣେ ବରିଷ୍ଟ ଅର୍ଥନୀତିଜ୍ଞ ଓ କର ସେବା କ୍ଷେତ୍ରରେ ତାଙ୍କର ଓଡିଶା ତଥା ଭାରତ ପାଇଁ ଅବଦାନ ଅତୁଳନୀୟ, ବିଭିନ୍ନ ସମୟରେ ସେ ଅର୍ଥ ପରାମର୍ଶ ଦାତା ମଧ୍ୟ ରହିଛନ୍ତି, ସମାଜ ସେବା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଉଦ୍ୟମ ରହିଛି । ସେ ବିଭିନ୍ନ ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ହିସାବ ରଖିବା କ୍ଷେତ୍ରରେ, ଆଇନସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହ ସାଧାରଣ ଲୋକଙ୍କ ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ବହୁତ ପଦକ୍ଷେପ ନେଇଛନ୍ତି ।
ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ବିଭୁତି ଭୂଷଣ କର, ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ, ଡାକ୍ତର ଶରତଚନ୍ଦ୍ର ପାଢ଼ୀ, ଡାକ୍ତର ସ୍ମିତା ପାଢ଼ୀ, ସଞ୍ଜୟ ଚୌଧୁରୀ, ଆଶିଷ ପରିଡା (ସଭାପତି ରୋଟାରୀ କ୍ଲବ ଭୁବନେଶ୍ୱର ରୟାଲ), ଦୀପକ ସେଇଘଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ପରେ କେଜ୍ରିୱାଲଙ୍କ ପାଖକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଏବଂ ରାଜଧାନୀର ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବରୁ ୨୦୨୨ ମସିହାରେ ମଧ୍ୟ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମଧ୍ୟ ଭଲ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ପୁରସ୍କୃତ ହୋଇସାରିଛନ୍ତି ରମେଶ କେଜ୍ରିୱାଲ ।

jayashree
Leave A Reply

Your email address will not be published.