csstore

ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୋଲିସ ଅଧିକାରୀ ଜଗା ବରିହାଙ୍କୁ ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ପୈତୃକ ବାସଭବନରେ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ବରିହା ୧୯୮୭ ମସିହାରେ କନେଷ୍ଟବଳ ଭାବେ ଓଡ଼ିଶା ପୋଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ସମେତ ଟିଟିଲାଗଡ, ସିନ୍ଧେକେଲା, ପାଟଣାଗଡ, ସଇଁତଳା ଏବଂ ବରଗଡ଼ ଜିଲ୍ଲାର ଝାରବନ୍ଧ, ବିଜେପୁର ପ୍ରମୁଖ ପୋଲିସ ଥାନାରେ କାର୍ଯ୍ୟକରି ଶେଷରେ ବରଗଡ଼ ରିଜର୍ଭ ଅଫିସରୁ ସବ ଇନ୍ସପେକ୍ଟର ଭାବେ ଅବସର ଗ୍ରହଣ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏକ ଭବ୍ୟ ଶୋଭାଯାତ୍ରାରେ ତାଙ୍କୁ ବସ୍ତି ପରିକ୍ରମା କରାଇବା ପରେ ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ଶ୍ରୀ ବରିହାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ନିରାମୟ ଓ ସୁଦୀର୍ଘ ଜୀବନ କାମନା କରିଥିଲେ । ଏହି ସମାରୋହରେ ରତାଖଣ୍ଡି ତଥା ଆଖପାଖ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପତ୍ନୀ, ଝିଅଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.