csstore

ମହୁଲପାଲିରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ଭୋଇଙ୍କ ଅଧକ୍ଷତାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛିଫ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବରେ ପ୍ରକୃତି ବନ୍ଧୁ କେଦାରନାଥ ସାହୁ, ସମ୍ମାନିତ ଅତିଥି ଭାବରେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମର ବରିହା ଯୋଗଦାନ କରିଥିଲେ । ନିଜ ବକ୍ତବ୍ୟରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବ, ବିଶ୍ୱ ଉତ୍ତାପନ ଓ ଏହାର ନିରାକରଣ ତଥା ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ଅଟେ ଓ ବୃକ୍ଷରୋପଣ କରି ତାର ସୁରକ୍ଷା କରିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ତାପସ ରଞ୍ଜନ ସାହୁ ପରିଚାଳନା କରିଥିବା ବେଲେ ଶିକ୍ଷକ ଗୋବିନ୍ଦ ପଟେଲ ଓ ଶିକ୍ଷୟିତ୍ରୀ ଯୋଗିତା ମିଶ୍ର ସହଯୋଗ କରିଥିଲେ । ବିଦ୍ୟାଳୟ ପରିସରରେ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ ଚାରାରୋପଣ କରିବା ପାଇଁ ଚାରା ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.