
ଭାବବିହ୍ଵଳ ପରିବେଶରେ ଲଙ୍ଗଳକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ମେହେରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଂଜାଳୁ ମିର୍ଦ୍ଧା ମୁଖ୍ୟବକ୍ତା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଜଗତ ମଲ୍ଲିକ, ଏବିଇଓ ବ୍ୟାସଦେବ ରାୟ, ପ୍ରାକ୍ତନ ସିଆରସିସି ସୁରେନ୍ଦ୍ର ରଥ, ବେହେରାମାଲ ସିଆରସିସି ବିଭୁତି ଭୂଷଣ ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ପଧାନ, ଶିକ୍ଷାପ୍ରେମୀ ରାମ ପଧାନ, ସମାଜ ସେବୀ ରବୀନ୍ଦ୍ର ତ୍ରିପାଠୀ, ସମଲେଇ ଚୁଆଁ ସିଆରସିସି ରାଧେଶ୍ୟାମ ରଥ, ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁର, ଶୁଖା ସିଆରସିସି ସୁରେଶ ନାୟକ, ସର୍ଗୁଲ ସିଆରସିସି ନୀଳକଣ୍ଠ ନାୟକ, ଚିନାଜୁରୀ ସିଆରସିସି ରମେଶ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀଯୁକ୍ତ ମେହେରଙ୍କୁ ଫୁଲ ଚନ୍ଦନ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଡୁଙ୍ଗୁରିପାଲି ବ୍ଲକକୁ ବିଜ୍ଞାନ ଓ ଗଣିତ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ତାଙ୍କ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସ୍ନେହ ବତ୍ସଳତାକୁ ମନେପକାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଅନୁଭୂତି କହିଥିଲେ । ପ୍ରଥମେ ବେହେରାମାଲ, ବଡ଼କରଲେ, ସହଲା, ବାଙ୍କୀପାଲି, ବେହେରାପାଲି ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପରେ ସହଲା ଓ ଲଙ୍ଗଳକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ବିଦ ଉତ୍ତମ ଶିକ୍ଷକ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀ ମେହେର ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ । ବେହେରାମାଲ କ୍ଲଷ୍ଟର ଓ ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପହାର ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଟୁନିଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଧାନ ଶିକ୍ଷକ କୈଳାସ ଚନ୍ଦ୍ର ସେଠ୍, ଶିକ୍ଷାପ୍ରେମୀ ରାଜେନ୍ଦ୍ର ମହାପାତ୍ର, ଅଭିଭାବକ, ଅଭିଭାବିକା, ପାଚିକା ଓ ପୁରାତନ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ପରେ ଶିକ୍ଷକ ଗୌତମ ସାହୁ, ରମେଶ ସାଥୁଆ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ସଂକୀର୍ତ୍ତନ ଶୋଭାଯାତ୍ରାରେ ଯାଇ ସହଲା ସ୍ଥିତ ବାସ ଭବନରେ ସ୍ୱାଗତ କରିଥିଲେ ତାଙ୍କ ପତ୍ନୀ ଜୟନ୍ତୀ ମେହେର, ନାତି ଚିନ୍ମୟ, ଦୁଇ ପୁଅ ବୋହୂ ଓ ପରିବାର ବର୍ଗ । ଆଦର୍ଶ ବିଜ୍ଞାନ ଶିକ୍ଷକଙ୍କ ଅବସର ଅଂଚଳରେ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିଛି ।
