csstore

ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବାର୍ହା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ଅନୁଷ୍ଠିତ ଗଣିତ ବିଷୟ ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିରରେ କୃତି ଶିକ୍ଷକମାନଙ୍କୁ ଡୁଙ୍ଗୁରିପାଲି ସହଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଧା ସମ୍ବର୍ଦ୍ଧିତ କରିଛନ୍ତି । ଗତ ୩୧ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ସୁବର୍ଣ୍ଣପୁର ଜିଲ୍ଲାରୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲର ହେମସାଗର ବାଘ, ଶ୍ରେଷ୍ଠ ବିଦ୍ୟାଳୟ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲର ଦେବରାଜ ଭୋଇ ସେହିପରି ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼କର୍ଲେର ରାମ ଗୋପାଳ ଭୋଇ, ଶ୍ରେଷ୍ଠ ବିଦ୍ୟାଳୟ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ବଡ଼କର୍ଲେର ବରିଷ୍ଠ ଶିକ୍ଷକ ଗୋବିନ୍ଦ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ କରିଥିଲେ । ଦୃଡ଼ ଇଛାଶକ୍ତି ସଫଳତା ଆଣି ଥାଏ ବୋଲି ମିର୍ଧା ମହାଶୟ ମତବ୍ୟକ୍ତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରାମପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡାକ୍ତର ପତି ମାୟାବାର୍ହା ଆଞ୍ଚଳିକ ସାଧନ ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର ସାଧନ କର୍ମୀ ଗୌତମ ସାହୁ, ଅଭିରାମ ପଧାନ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.