csstore

ଡଙ୍ଗରପଡ଼ା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ପ୍ରୟାସ ପକ୍ଷରୁ ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାର ଆୟୋଜକ ତଥା ପଞ୍ଚାୟତ ସରପଞ୍ଚ ରାମଦାସ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବିଜେଡ଼ି ଜିଲ୍ଲା ସମ୍ପାଦକ ଫିରୋଜ ଖାଁ, ସମାଜସେବୀ ତେଜୁରାମ ବାଗ, ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ନୋଡାଲ ଅଧିକାରୀ ଦାଶରଥି ଶବର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟଧନ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୁଧିଷ୍ଠିର ପୁଟେଲ, ନାଏବ ସରପଞ୍ଚ ପ୍ରତିନିଧି ବଳିଆର ମାଝୀ, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଜିଆର୍‌ଏସ୍‌ ଡୋଳାମଣି ସାହୁ, ଯୋଗାଣ ସହାୟକ ପାର୍ଥବ ଜାନୀ ଓ ଜିଓ ଟ୍ୟାଗ ଭୋଳାନାଥ ବସ୍ତିଆ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ପରେ ଆମ ଓଡିଶା ନବୀନ ଓଡିଶାରେ ଡଙ୍ଗରପଡ଼ା ପଞ୍ଚାୟତକୁ ଆସିଥିବା ଅନୁଦାନ ଘୋଷଣା କରିଥିଲେ । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ସଚେତନଧର୍ମି ଷ୍ଟଲ ଖୋଲାଯାଇଥିଲା । ବିଶିଷ୍ଟ ପ୍ରକୃତିପ୍ରେମୀ, ସମାଜସେବୀ ତଥା ଚିତ୍ରଶିଳ୍ପୀ ଦେବରାଜ ଲୁହା ସଭା ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କ ସହ ଅନ୍ୟମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏମ୍‌ବିକେ, ସିଆରପି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ପଞ୍ଚାୟତର ସମସ୍ତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.