pakka

ଶତାଦ୍ଦୀର ସୂର୍ଯ୍ୟ ଗୋପୀନାଥଙ୍କୁ ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଜେନାପୁର ଏକ ନମ୍ବର ୱାର୍ଡର ବରିଷ୍ଠ କଂଗ୍ରେସ କର୍ମୀ ତଥା ଶତାୟୁ ପୁରୁଷ ଗୋପୀନାଥ ମହାନ୍ତିଙ୍କୁ ରବିବାର ଦିନ ଜେନାପୁର ଏକ ନମ୍ବର ୱାର୍ଡ, ଚିତ୍ତଳପୁର, ତନ୍ତୀସାହି ଓ ଗଣତିପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।ସତ୍ୟସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗୋପୀନାଥଙ୍କ ସହଧର୍ମିଣୀ ଶୈଳବାଳା, ପୁତ୍ର ଦେବାଶିଷ, ପୁତ୍ରବଧୁ ତପସ୍ଵିନୀ, ନାତୁଣୀ ଶ୍ରୀନିକା, ଝିଅ ଲିପ୍ସା, ଜ୍ବାଇଁ ଧନେଶ୍ଵର ଓ ନାତି ସାଇଶକ୍ତିଙ୍କ ସମେତ ବିଦ୍ୟାଧର ପ୍ରଧାନ, ସୂର୍ଯ୍ୟକାନ୍ତ ମହାନ୍ତି, ସୁକାନ୍ତ କୁମାର ମହାନ୍ତି, ଅଶୋକ କୁମାର ମହାନ୍ତି, ହରିହର ଚିନରା, ନୀଳକଣ୍ଠ ଚିନରା, ଅରୁଣ କୁମାର ଭଞ୍ଜ, ନୀଳକଣ୍ଠ ପାଣି, ନକୁଳ ସେଠୀ, ଶ୍ୟାମସୁନ୍ଦର ଜେନା, ପ୍ରଦୀପ୍ତ କୁମାର ଜେନା ଓ କୃଷ୍ଣଚନ୍ଦ୍ର ରାଉତରାୟ ପ୍ରମୁଖ ଗ୍ରାମବାସୀମାନେ ଉପସ୍ଥିତ ହୋଇ ଏହି ଶତାୟୁ ପୁରୁଷଙ୍କ ଅନୁଭୂତି ଓ ସମାଜସେବା ସମ୍ପର୍କରେ ବିସ୍ତୃତ ତଥ୍ୟ ଆହରଣ କରିଥିଲେ । ଏହି ଶତାୟୁ ପୁରୁଷ ଗୋପୀନାଥ ମହାନ୍ତି (୧୦୭)ଙ୍କୁ ଗ୍ରାମର ମୁରବୀ ଶ୍ରେଣୀୟ ବ୍ୟକ୍ତି ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରବିବାର ଦିନ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ “ଶତାଦ୍ଦୀର ସୂର୍ଯ୍ୟ” ଉପାଧିରେ ଭୂଷିତ କରାଯାଇଥିଲା । ଏହି ଯୁଗ ପୁରୁଷ ୧୦୭ ବର୍ଷରେ ପଦାର୍ପଣ କରିଥିବା ବେଳେ ତାଙ୍କର ଶୃଙ୍ଖଳିତ ଜୀବନ ଶୈଳୀ, ମେଳାପୀ ପ୍ରକୃତି ଓ ସହନଶୀଳତା ଗୁଣ ସବୁବର୍ଗର ଲୋକଙ୍କୁ ଆକର୍ଷିତ କରିବା ସହ ଏକ ନିଆରା ପ୍ରେମରେ ବାନ୍ଧି ରଖିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁରୀ ନିମାପଡ଼ା ସମ୍ମିଳିତ କେନ୍ଦ୍ର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ପୂର୍ବତନ ସୁପରଭାଇଜର ଗଦାଧର ପ୍ରଧାନ ଏହି ଶତାୟୁ ପୁରୁଷଙ୍କୁ ନୂତନ ବସ୍ତ୍ର, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମହାନ୍ତି ଅନେକ ସମୟରେ ଗ୍ରାମର ଯୁବକମାନଙ୍କୁ ନେଇ ପୌରାଣିକ, ଐତିହାସିକ ଓ ସାମାଜିକ ନାଟକ ପରିବେଷଣ କରିବା ସହ ଅଷ୍ଟପ୍ରହର ନାମଯଜ୍ଞ ଆଦି ଧାର୍ମିକ କାର୍ଯ୍ୟରେ ଜଣେ ଆଗ ଧାଡ଼ିର ବ୍ୟକ୍ତି ଭାବେ ଜଣାଶୁଣା ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ଏପରିକି ସେ କଂଗ୍ରେସ ଦଳର ଆଜୀବନ ସକ୍ରିୟ କର୍ମୀ ଥାଇ ସାଇକେଲ ଚାଳନା କରିବା ଜାଣି ନ ଥିଲେ ହେଁ ପାଦରେ ଚାଲି ଚାଲି ପିପିଲି ଡେଲାଙ୍ଗର ପୂର୍ବତନ ବିଧାୟକ ସ୍ୱର୍ଗତଃ ଜୟକୃଷ୍ଣ ମହାନ୍ତି, ରାମଚନ୍ଦ୍ର ପଟ୍ଟନାୟକ, କିରଣଲେଖା ମହାନ୍ତି, ଅଭିମନ୍ୟୁ ରଣସିଂହ, ବିପିନ୍ ଦାଶ ଓ ଯୁଧିଷ୍ଠିର ସାମନ୍ତରାୟଙ୍କ ପାଇଁ ବିଭିନ୍ନ ଗ୍ରାମରେ ବୁଲି ବୁଲି ନିର୍ବାଚନ ପ୍ରଚାର କରୁଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ୧୯୭୧ମସିହାରେ ଅଭିମନ୍ୟୁ ରଣସିଂହ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବାବେଳେ ଗୋପୀନାଥ ମହାନ୍ତି ନିଜର ହଳେ ବଳଦଙ୍କୁ ମାତ୍ର ପାଞ୍ଚ ଶହ ଟଙ୍କାରେ ବିକ୍ରି କରି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ବୋଲି ସଭାପତି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ଶେଷରେ ଏହି ପୂଜ୍ୟପୂଜା କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ଶୁଭେଚ୍ଛୁମାନଙ୍କୁ ଏହି ଶତାୟୁ ପୁରୁଷଙ୍କ ପୁତ୍ର ଦେବାଶିଷ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

11 + 5 =

error: Content is protected !!