pakka

ଜରାସିଂହା ପାଟଖଣ୍ଡା ଯାତ୍ରା : ଖଣ୍ଡାଧୁଆ ଶେଷ, ପହଞ୍ଚିଲା ପାଟ ସିନ୍ଦୁର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରତିକ୍ଷିତ ଯାତ୍ରା ଜରାସିଂହା ପାଟଖଣ୍ଡା ଯାତ୍ରାର ରବିବାର ଖଣ୍ଡାଧୁଆ ଶେଷ ହେବା ପରେ ସନ୍ଧ୍ୟାରେ ଦେଓଗାଁ ସ୍ଥିତ ମଶାଳିଆଙ୍କ ଘରକୁ ପହଞ୍ଚିଲା ପାଟସିନ୍ଦୁର । ମଶାଲିଆଙ୍କ ଘରେ ପୂଜାର୍ଚ୍ଚନା ବେଳେ ଦର୍ଶନ କରିଥିଲେ ଗାଁ ଲୋକେ । ୩ ଜଣ ଦେହେରୀ ପାଟଣାଗଡ଼ରୁ ଚାଲିଚାଲି ଆଣିଛନ୍ତି ପାଟସିନ୍ଦୁର । ବିଳମ୍ବିତ ରାତିରେ ଜରାସିଂହାରେ ପହଞ୍ଚିଥିଲା । ଜରସିଂହାକୁ ପାଟ ସିନ୍ଦୂର ପହଞ୍ଚିବା ପରେ ସ୍ଥାନୀୟ ଜମିଦାର ସହ ୩୨ ଜଣ ଦେହୁରୀ ଏବଂ ଗ୍ରାମବାସୀ ପାଟ ସିନ୍ଦୂରକୁ ସ୍ବାଗତ କରିଥିଲେ । ପ୍ରକାଶ ଯେ, ସୋମବାର ମହାନବମୀରେ ଖଣ୍ଡା ସ୍ନାନ, ପାଟସିନ୍ଦୁର ବରଣ ଓ ଅଖଣ୍ଡ ଅହୋରାତ୍ର ପୂଜା ଅନୁଷ୍ଠିତ ହେବ । ବିଜୟା ଦଶମୀରେ ଦେଝାର ପୂଜାସ୍ଥଳୀରେ ପୂଜନ କାମ ଆରମ୍ଭ, ସନ୍ଧ୍ୟାରେ ଦେବତାଙ୍କ ଆବିର୍ଭାବ ଓ ମାନସିକଧାରୀଙ୍କୁ ବରଦାନ ପ୍ରଦାନ କରିବେ ଦେବୀ ପାଟଖଣ୍ଡା ।

Leave A Reply

Your email address will not be published.

19 − six =