csstore

ମା’ ଦ୍ଵାରସେହ୍ନୀଙ୍କ ଛତର ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗାଁରେ ମା’ ଦ୍ଵାରସେହ୍ନୀଙ୍କ ଛତର ଯାତ୍ରା ତଥା ଡେଙ୍ଗ ସର୍ଗି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁର୍ଡାଠାରୁ କନର୍ଲା ପର୍ଯ୍ୟନ୍ତ ମା’ଙ୍କର ଡେଙ୍ଗ ସର୍ଗି ତଥା ଛତର ଯାତ୍ରା ମହସମାରୋହରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା’ ଦିବାକର ବେହେରାଙ୍କ ଦେହରେ ଆସି ଡିଆଟନ୍, କୁର୍ଲୁଭଟାଠାରୁ ନିଜ ମନ୍ଦିରକୁ ଫେରିଥିଲେ । ଏହି ଯାତ୍ରାରେ ମା’ଙ୍କ ମୁଖ୍ୟ ପୂଜକ ଭାବେ ଡୁଳମଣୀ ମାଝି, କୀର୍ତ୍ତନ ଛତ୍ରିଆ, ଆତ୍ମାରାମ ମାଝି, ହଳନ୍ତ ମାଝି, କମେଶ୍ୱର୍ ବଗର୍ତ୍ତି, ପ୍ରଭାକର ମାଝି, ସୁଜନ ମାଝି, ମାଧବ ଭାଟି, କପୂର୍ଚ୍ଚନ ଭୋଇ, କାର୍ତ୍ତିକ ବଛା, ଗୋବର୍ଦ୍ଧନ ମାଝି, ବୁଡୁ ମାଝି, ପୀତବାସ ମାଝି ପ୍ରମୁଖ ସେବାୟତଙ୍କ ସମେତ ମା’ ଦ୍ୱାରସେହ୍ନୀ କମିଟିର ସମସ୍ତ ସଦସ୍ୟ ସାମିଲ ଥିଲେ । ଶନିବାର ଦିନ ମା’ଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମା’ ଘରେ ଘରେ ଯାଇ ବନ୍ଦାପନା ପାଇଥିଲେ । ଏହି ଯାତ୍ରାରେ ମହାଗାଁ, କଡୋପଦ, ଆଲଣ୍ଡା, ଠେମେରା, ସିଲଣ୍ଡ ତଥା ଅନେକ ଗ୍ରାମର ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.