ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ତଥା ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସୋମବାର ଦିନ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସନ୍ତୋଷ ସିଂ ସାଲୁଜା (ମୁଖ୍ୟ ଅତିଥି), ମୁଖ୍ୟ ବକ୍ତା ଭାବେ କଂଟାବାଂଜି କେ.ଭି.କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିବା ବେଳେ ଅଧ୍ୟକ୍ଷା ରଂଜିତା ଗୁରୁ ସଭାର ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପରମ୍ପରା ମୁତାବକ ବାଷିକ ଉତ୍ସବ ପାଳନ ସହ ଯୁକ୍ତ ଦୁଇର ଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇ ଆସୁଥିବା ପରମ୍ପରା ପ୍ରତିଷ୍ଠା ହେବା ଦିନଠାରୁ ରହିଥିବାରୁ ମୁଖ୍ୟ ଅତିଥି ଧନ୍ୟବାଦ ଦେବା ସହ ଉଭୟ ଛାତ୍ରୀମାନଙ୍କ ମଧ୍ୟରେ ଭାତୃତ୍ୱଭାବ ବୃଦ୍ଧିପାଇବ ବୋଲି କହିଛନ୍ତି । ସେହିପରି ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ବିଦ୍ୟାଳୟର ଶିକ୍ଷାଦାନ ଏବଂ ଉନ୍ନୀତ ଛାତ୍ରୀମାନେ କଂଟାବାଂଜିକୁ ଏକ ସ୍ୱତନ୍ତ୍ର ପରିଚୟ ଓଡିଶାରେ ସୃଷ୍ଟି କରିଥିବାରୁ ଅଧ୍ୟାପକିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମଟିକୁ ଅଧ୍ୟାପିକା ସଂଜୀବନି ସୁଧାରଥ, ଦେବେନ୍ଦ୍ର ପଣ୍ଡା, ବଳରାଜ ସିଂଦେଓ ପିରିଚାଳନା କରିଥିବା ବେଳେ ଡ. ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.

15 − 15 =

error: Content is protected !!