ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମସ୍ତ ସାମାଜିକ ସଂଗଠନମାନଙ୍କୁ ନେଇ ବଲାଙ୍ଗିର ଗାନ୍ଧୀଷ୍ଟେଡିୟମଠାରେ ଦୁଇ ଦିନିଆ ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କୁ ନେଇ ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ୮ ଗୋଟି ସଂଗଠନ ଯୋଗ ଦେଇଥିଲେ । ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନ, ବଲାଙ୍ଗିର ୟୁଥ୍ ଏକ୍ସନ କମିଟି, ସ୍ମାଇଲ ଫର ଅଲ, କୋସଲ ମୁକ୍ତି ମୋର୍ଚ୍ଚା, ବଜରଂଗ ଦଳ, ପଶ୍ଚିମ ଓଡିଶା ଯୁବ ମଂଚ, ମାହେଶ୍ୱରୀ ସେନା, ଯୁବ ପ୍ରତାପି ସେନା ପ୍ରମୁଖ ଦଳ ଭାଗ ନେଇଥିଲେ । ଫାଇନାଲରେ ଯୁବ ପ୍ରତାପି ସେନା ଓ କେଏମ୍‌ଏମ୍ ଫାଇଟର୍ସ ମଧ୍ୟରେ ଖେଳ ହୋଇଥିଲା ଏବଂ କେଏମ୍‌ଏମ୍ ଫାଇଟର୍ସ ଦଳ ବିଜୟ ହାସଲ କରିଥିଲେ । ସେହିପରି କାଉନସିଲର -୧୧ ଓ ସାମାଜିକ କର୍ମୀ -୧୧ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କାଉନସିଲର-୧୧ ବିଜୟ ଲାଭ କରିଥିଲେ । ଏହି ମ୍ୟାଚଗୁଡିକରେ ଅମିତ ମଛଖଣ୍ଡ, ହୃଦୟ ଶବର ଅମ୍ପିୟାର ଭାବେ ଦାୟିତ୍ୱ ତୁଳାଇଥିଲେ ଓ ସ୍କୋରର ଭାବରେ ଜତପତି ନାଏକ ଦାୟିତ୍ୱ ତୁଳାଇଥିଲେ । ପ୍ରଥମ ଦିନରେ ଅତିଥି ଭାବରେ ଗୋପାଳଜୀ ପାଣିଗ୍ରାହୀ, ସନ୍ଦୀପ ବାଗ, ରାଜେନ୍ଦ୍ର ହୋତା, ବିଧୂଭୂଷଣ ତ୍ରିପାଠୀ ଯୋଗ ଦେଇଥିଲେ ଏବଂ ଉତ୍ସାହିତ କରିଥିଲେ । ସେହିପରି ଫାଇନାଲ ମ୍ୟାଚରେ ପୌରାଧ୍ୟକ୍ଷା ଲିକା ସାହୁ ଅତିଥି ଭାବରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାକୁ ବିକାଶ ସା, ସଞ୍ଜିବ ସାହୁ, ସୋମନାଥ ମିଶ୍ର, ବିନୋଦ କାଲସାଏ, ବିରେନ୍ଦ୍ର ପାଣ୍ଡେ, ସୁମେଶ ଡାଙ୍ଗ, ଅଭିଷେକ ଦାଶ, ସୁଧାଂଶୁ ମିଶ୍ର, ଅନିମେଶ ସାହୁ, ପ୍ରଶାନ୍ତ ନାୟକ, ହରିଓମ୍ ପଟେଲ, ଗୁଦୁଲୁ, ପ୍ରଜଲ, ଅକ୍ଷୟ, ରଜତ ପ୍ରଧାନ, ଅନିଲ, ନୂତନ ଦାଶ, ଶ୍ରୀପଦା ଷଡଙ୍ଗି, ମିଲି ବାରିକ, କନ୍ଦର୍ପ ରଣା, ମୁକେଶ ପ୍ରଧାନ, ବୁଲୁ ମହାକୁର, ଶ୍ରୀପତି ପ୍ରଧାନ, ମନୋଜ ଖମାରୀ, ରବି ଖମାରୀ, ଶଙ୍କର ପାଣ୍ଡେ, ସରୋଜ ସାହୁ, ପିଙ୍କୁ ବନଛୋର, ପ୍ରତାପ ତ୍ରିପାଠୀ, ଥବିର କର୍ମୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

12 − 9 =

error: Content is protected !!