ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ, କନ୍ୟାଶ୍ରମ, ସେବାଶ୍ରାମରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଡାକଡି କରିବା, ଅନ୍ତେବାସୀ ଛାତ୍ରୀମାନଙ୍କ ହଷ୍ଟେଲରେ ସିସି ଟିଭି ବ୍ୟବସ୍ଥା, ସୁରକ୍ଷା ପ୍ରହରୀ ନିଯୁକ୍ତି, ପାଚେରୀ ନିର୍ମାଣ, ଶିକ୍ଷକ ନିଯୁକ୍ତି, ଜିଲ୍ଲାର ତିରିଶଟି ନବ ନିର୍ମିତ ହଷ୍ଟେଲରେ କର୍ମଚାରୀ ନିଯୁକ୍ତି କରି ହଷ୍ଟେଲଗୁଡିକ କାର୍ଯ୍ୟକ୍ଷମ କରିବା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଡ଼ୁମେରବାହାଲରେ ମିନି ଷ୍ଟାଡିଅମ, ପାନୀୟ ଜଳ ଯୋଗାଣ ସୁବିଧା, ଆଦିବାସୀମାନଙ୍କୁ ଜନସଂଖ୍ୟା ଆଧାରରେ ଆବାସ ଯୋଜନାରେ ସଂରକ୍ଷଣ କରି ଆବାସ ପ୍ରଦାନ, ଆଦିବାସୀ ଗାଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଇଣ୍ଟରନେଟ ସଂଯୋଗ କରିବା, ଆଦିବାସୀ ଉପ ଯୋଜନା କାର୍ଯ୍ୟକାରୀ କରିବା, କେବିକେ ଯୋଜନାରେ ବଜେଟ ବ୍ୟବସ୍ଥା କରିବା, ଆଦିବାସୀ ଗାଁକୁ ସଡ଼କ ବିଜୁଳି ପାଣି ବ୍ୟବସ୍ଥା, ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଆଦିବାସୀମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ନିଯୁକ୍ତି ସୁଯୋଗ, ଆଦିବାସୀ ମହିଳାମାନଙ୍କୁ ମିଶନ ଶକ୍ତି ସହିତ ଆଦିବାସୀ ସମବାୟ ନିଗମରୁ ଋଣ ପ୍ରଦାନ, ଆଦିବାସୀ ସଂସ୍କୃତି ସୁରକ୍ଷା ସହିତ ଧାର୍ମିକ ପୀଠ ଏବଂ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ପାଣ୍ଠି ପ୍ରଦାନ, ପୁରୀ ଭୁବନେଶ୍ୱରରେ ଆଦିବାସୀ ଭବନ ତଥା କଲ୍ୟାଣ ମଣ୍ଡପ ନିର୍ମାଣ, ନକଲି ଆଦିବାସୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏଟ୍ରୋସିଟି କେଶରେ ପୀଡିତାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ଦାବୀରେ ଜିଲ୍ଲା ବ୍ୟାପୀ ସାଙ୍ଗଠନିକ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପ ସଭାପତି ଯୋଗେନ୍ଦ୍ର ଭୋଇ, ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇ, ବରିଷ୍ଠ ଉପସଭାପତି ବିଶିକେସନ ଯାନୀ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ପାଲା ଭୋଇ, ବନଳତା ମାଝୀ, ନିରଞ୍ଜନ ମାଝୀ, ସାରଥୀ ବାଗ, ସୁରଥ ଧରୁଆ, ଡୁଙ୍ଗୁରିପାଲି ସଭାପତି ଶ୍ୟାମ ଭୋଇ, ସୁନୀଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − twelve =

error: Content is protected !!