ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମବାସୀଙ୍କ ତରଫରୁ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବ ପ୍ରତିଭା ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଗୋପାଳଜୀ କୀର୍ତ୍ତନ୍ୟ ମଣ୍ଡଳୀ ତରଫରୁ ଶ୍ରୀ ପୁଟାଙ୍କୁ ନେଇ ଗ୍ରାମ ପରିକ୍ରମା କରାଯିବା ପରେ ରାମଜୀ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସଭା ପରିଚାଳନା କ୍ରମେ ବରିଷ୍ଠ ନାଗରିକ ଲଳିତ ମୋହନ ସାହୁ, ନେପାଳ ପଧାନ, ସୁବଳ ମିଶ୍ର, ନଗର ହରପାଳ, ସୀତାରାମ ପଧାନ ପ୍ରମୁଖ ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟୁତ୍ତରରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ୱାରା ଉପସ୍ଥିତ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗୁରୁପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ନରସିଂହ ସାହୁ, ଚୂଡ଼ାମଣି ବିଶ୍ୱାଳ, ସନ୍ତୋଷ ପୁଟେଲ, ଦିଲୀପ କୁଅଁର, ଦୋଳଗୋବିନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଦାନନ୍ଦ ପଶାୟତ ପ୍ରାରମ୍ଭିକ ସୂଚନା ସମେତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋପୀନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!