ବରପାଲିରେ ବୟନ ଶିଳ୍ପ ବିଭାଗ ମନ୍ତ୍ରୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସାମ୍ବାଦିକ ସଂଘ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଆୟୋଜିତ ‌ସଭାରେରେ ଶ୍ରୀମତୀ ରିତା ସାହୁ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ବୟନ ଶିଳ୍ପ ଓ ହସ୍ତତନ୍ତ୍ର ବିଭାଗ, ଦିନେଶ ଗହୀର ଏନଏସି ଅଧକ୍ଷ, ରୀନା ଥଇଥ ବ୍ଲକ ଅଧ୍ୟକ୍ଷଙ୍କୁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବାନ୍ଧଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ତିଆର ବାନ୍ଧ ଚିତ୍ରକୁ ମନ୍ତ୍ରୀ ଶ୍ରୀମତୀ ରିତା ସାହୁଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘର ସଭାପତି ଚିତ୍ତରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ଅଶୋକ ପଣ୍ଡା ସହଯୋଗ କରିଥିଲେ । ସଂଘର ଆବାହକ ରକ୍ଷାକାରୀ ବିଶି ବିବରଣୀ ପଠନ କରିଥିବା ବେଳେ ସାମ୍ବାଦିକ ବାଳକିଶୋର ଖାଡ଼ଙ୍ଗା ସହଯୋଗ କରିଥିଲେ ।

Leave A Reply

Your email address will not be published.

nine − 6 =