csstore

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ସମ୍ପର୍କରେ ଏସ୍‌ପିଙ୍କ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ପୋଲିସ ଦ୍ୱାରା ଗଠିତ ବରିଷ୍ଠ ନାଗରିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସହାୟତା ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ସମସ୍ତ ୯ ଗୋଟି ଥାନାରେ ମଧ୍ୟ ଏହି ବିଭାଗ କାର୍ଯ୍ୟକ୍ଷମ ଅଛି । ଏହି ବିଭାଗ ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କ ସହ ସମ୍ପର୍କ ସ୍ଥାପନ, ନିୟମିତ ଖୋଜ ଖବର ନେବା, ଆପତ୍କାଳୀନ ସହାୟତା ପ୍ରଦାନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୩୮୯ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଥାନା ଦ୍ୱାରା ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ବିଭାଗ ମାଧ୍ୟମରେ ବହୁ ବରିଷ୍ଠ ବ୍ୟକ୍ତି ବିଭିନ୍ନ ପୋଲିସ ଥାନା ଦ୍ୱାରା ସାହାଯ୍ୟ ପାଉଛନ୍ତି । ଗତ ୩ ମାସ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୨୬୩ ଜଣ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଁ ଆବେଦନ କରିଥିଲେ । ଆଜି ସୁବର୍ଣ୍ଣପୁର ଜିଲ୍ଲାର ୯ ଥାନା ଅଞ୍ଚଳରେ ମୋଟ ୧୬୩ଟି ପରିଚୟ ପତ୍ର ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ପୋଲିସ ତରଫରୁ ଏକ ସୂଚନା ପତ୍ର ମûଧ୍ୟମରେ ବରିଷ୍ଠ ନାଗରିକ ମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ତାହା ସମସ୍ତଙ୍କୁ ଅବଗତ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକଙ୍କୁ ନିବେଦନ କରାଯାଉଛି ଯେଉଁ ମାନେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇବା ପାଇଁ ଇଚ୍ଛୁକ ସେମାନେ ନିଜ ଅଞ୍ଚଳର ପୋଲିସ ଥାନା ରେ ଆବେଦନ କରିପାରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନାରାୟଣ ନାଏକ ସୁଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.