jayashree

ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ

  • ବିଜେପି ସରକାର ଉପରେ ଗର୍ଜିଲେ ନାରୀନେତ୍ରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ ଓ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବା ଦିଗରେ ଅସମର୍ଥ ବିଜେପି ସରକାର ବିରୋଧରେ ପ୍ରତିବାଦ କରି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପରେ ପରେ ସୋନପୁର ଟାଉନହଲ ଠାରେ ନାରୀ ଅଧିକାର ଅଭିଯାନ ଉପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପଦ୍ମିନୀ ବଘାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରିଷ୍ଠ ମହିଳା ନେତ୍ରୀ ବୀଣାପାଣି ପୁଝାରୀ, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତି ଦନ୍ତା, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାୟକ, ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବୀରମହାରାଜ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ଲୁହା, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ରିନା ମହଲା, ରଞ୍ଜିତା ଭୋଇ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ ଖୁବ ବର୍ଷିଥିଲେ । ନାରୀଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ ଓ ହିଂସା ଘଟଣା ଦିନକୁ ଦିନ ବଢିଚାଲିଥିବା ବେଳେ ସରକାର ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛନ୍ତି । ମହିଳାମାନେ ଆଜି ବି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କହିଥିଲେ । ଜିଲ୍ଲାର ସମସ୍ତ ବ୍ଲକରୁ ଦଳୀୟ ମହିଳା ସରପଞ୍ଚ, ସମିତି ସଭ୍ୟା, ୱାର୍ଡ ମେମ୍ବରଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡି ମହିଳା କର୍ମୀ ଯୋଗ ଦେଇ ଜିଲ୍ଲାପାଳ ଅଫିସ ଆଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ସରୋଜ କମ୍ପ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ କୁଶଳ, ନାରାୟଣ ଲୁହା, ଜିଲ୍ଲା ପରିଷଦ ସଭ୍ୟ ମଧୁ ଓତା, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ନଗର ସଭାପତି ଜନ୍ମଜୟ ପାତ୍ର, ମାନଭଞ୍ଜନ ବେଦେବାକ୍, ମାନଭଞ୍ଜନ ମିଶ୍ର, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅମିୟ ରଞ୍ଜନ ଦାଶ ପ୍ରମୁଖ ଶହ ଶହ ବିଜେଡି ନେତା ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.