pakka

ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀଙ୍କ ବିୟୋଗରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକ ପ୍ରକାଶ

bbehera

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଶିବ ପ୍ରସାଦ ତ୍ରିପାଠୀଙ୍କ ବିୟୋଗରେ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ସଂଘ ସଭାପତି ସୁବାସ ପାଣିଗ୍ରାହୀ ଏବଂ ସମ୍ପାଦକ ଶଂକର ବେହେରା କହିଛନ୍ତି ଯେ ସଂଘ ସଭାପତି ଭାବରେ ସଂଗଠାନତ୍ମକ କାର୍ଯ୍ୟରେ ଶିବ ପ୍ରସାଦ ତ୍ରିପାଠୀଙ୍କ ଖୁବ ଯୋଗଦାନ ଥିଲା । ସେ ବିଭିନ୍ନ ସମ୍ବାଦପତ୍ର ପାଇଁ ସାମ୍ବାଦିକତା କରିବା ସହିତ, ବର୍ତ୍ତମାନ ନାମରେ ଏକ ପତ୍ରିକାର ସମ୍ପାଦନା କରିଥିଲେ । ଅନେକ ପୁସ୍ତକ ରଚନା କରିଥିଲେ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ରହିଥିଲେ ଓ ଅଧୁନା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟ ଥିଲେ । ସଂଘ ପକ୍ଷରୁ ତାଙ୍କର ଆତ୍ମାର ସଦଗତି କାମନା କରାଯାଇଛି ।

jay balangir
Leave A Reply

Your email address will not be published.

1 × 2 =