pakka

ଭୋଟର ତାଲିକାରେ ନାଁ ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ ମାମଲା ବଢିଚାଲିଛି । ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡ଼ିଓ ପ୍ରକାଶ ଦାସଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଭୋଟ ତାଲିକାରେ ନାଁ ନଥିବାରୁ ଗତ ୨୦ ତାରିଖରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ଭୋଟଦାନରୁ ବଂଚିତ ହୋଇଥିବା ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ବିଡିଓ ଶ୍ରୀଦାସ ତୁମ୍ବା ଗ୍ରାମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଦେଖି ଫେରିବା ବାଟରେ ତାଙ୍କୁ ଆକ୍ରମଣ ସହ ଅଟକ ରଖାଯାଇଥିବା ସୂଚନା ମିଳିଛି । ବିଡିଓଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥବା ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଉପଜିଲ୍ଲାପାଳ, ପାତ୍ରପୁର ତହସିଲଦାର, ଜରଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବା ସହ ବିଡିଓଙ୍କୁ ମୁକୁଳାଇବା ପ୍ରୟାସ କରୁଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 × five =

error: Content is protected !!