pakka

ଡମପଡା ବ୍ଲକରେ ୭୯.୮୦ ପ୍ରତିଶତ ମତଦାତା କଲେ ମତଦାନ

bbehera

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଡମପଡା ବ୍ଲକର ୨୬୨ଟି ବୁଥ୍‌ରେ ଗତକାଳି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଯାଇଥିବା ବେଳେ ୭୯.୮୦ ପ୍ରତିଶତ ସତନାନ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ବ୍ଲକରେ ମୋଟ୍‍ ୭୯.୮୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ୩୭ ଓ ୩୮ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ର ସମସ୍ତ କେନ୍ଦ୍ରକୁ ନିୟମିତ ତଦାରଖ କରିବା ପାଇଁ ୧୬ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହୋଇ ଭୋଟ କାର୍ୟ୍ୟ ତଦାରଖ କରିତିବା ବେଳେ ଡମପଡା ତହସିଲଦାର କ୍ଷିତିଶ ବେହେରା, ବିଡିଓ ତଥା ନିର୍ବାଚନ ଅଧିକାରୀ ଶ୍ୟାମଳ କୁମାର ରାୟ, ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଏବଂ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ମୋବାଇଲ୍‍ ଟିମ୍‍ ସହିତ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି । ବାଁଆରା ପଞ୍ଚାୟତରେ ୮୬.୭୧ ପ୍ରତିଶତ, ଭଗିପୁର ପଞ୍ଚାୟତରେ ୯୦.୩୨, ପାଥପୁର ପଞ୍ଚାୟତରେ ୮୩.୬୦, କୁଶପଙ୍ଗି ପଞ୍ଚାୟତରେ ୭୯.୭୫, ଡମପଡା ପଞ୍ଚାୟତରେ ୭୫.୦୯, ଗୋବିନ୍ଦପୁର ପଞ୍ଚାୟତରେ ୭୫.୫୫, ଦୋଲଣାପୁର ପଞ୍ଚାୟତରେ ୭୯.୯୦, ତାଳବସ୍ତ ୭୯.୪୯, ଢଁସର ପଞ୍ଚାୟତରେ ୭୮.୬୭, ତୁଳସୀପୁର ପଞ୍ଚାୟତରେ ୭୯, ନରଗାଙ୍ଗ ପଞ୍ଚାୟତରେ ୮୦.୪୩, ରଗଡି ପଞ୍ଚାୟତରେ ୭୯.୦୮, ଗୋପାଳପୁର ପଞ୍ଚାୟତରେ ୭୩.୮୩, ବିଲିପଡା ପଞ୍ଚାୟତରେ ୮୦.୨୦, ହରିରାଜପୁର ପଞ୍ଚାୟତରେ ୮୩.୨୭, ଶିମିଳିପୁର ପଞ୍ଚାୟତରେ ୮୩.୮୫ ଏବଂ ଦୁର୍ଗାପୁର ପଞ୍ଚାୟତରେ ୭୭.୨୭ ପ୍ରତିଶତ ମତଦାନ ହୋଇଛି । ବ୍ଲକର ବିଭିନ୍ନ କେନ୍ଦ୍ରରେ ୩୧ ହଜାର ୬୮୬ ପୁରୁଷ ଏବଂ ୨୯ ହଜାର ୪୯୭ଜଣ ମହିଳା ଭୋଟର ନିଜର ମତ ପ୍ରଦାନ କରିଥିବା ବେଳେ ୨୬୨ଟି ମତଦାନ କେନ୍ଦ୍ରରେ ୫୭୭ ଜଣ ପାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରାଯାଇଥିଲା । ଅପରାହ୍ନରେ କଡା ସୁରକ୍ଷା ସହିତ ସମସ୍ତ କେନ୍ଦ୍ରରୁ ଭୋଟ ବାକ୍ସ ସ୍ଥାନୀୟ ରାଣୀଶୁକଦେଇ ମହିଳା ମହାବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ପହଁଚିଥିବା ବେଳେ ୫୭୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‍ ବାକ୍ସରେ ରହିଥିବା ସୂଚନା ରହିଛି । ଆଗାମୀ ୨୬, ୨୭ ଓ ୨୮ ତାରିଖରେ ୩ ଦିନ ଧରି ଏଠାରେ ଭୋଟ୍‍ ଗଣତି ବ୍ୟବସ୍ଥା ୱାର୍ଡ ଓାରି କରାଯିବାର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

six + ten =