pakka

ଶିକ୍ଷକଙ୍କୁ ତୁରନ୍ତ ଖୋଜିବା ପାଇଁ ଶିକ୍ଷକ ସଂଘର ଦାବୀ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉଡେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସୁଦେବ ଭୋଇ ଗତ ତା ୧୨ ଫେବୃଆରୀରୁ ଘରୁ କୁଆଡେ ଗଲା ପରେ ନିଖୋଜ ଅଛନ୍ତି । ଏନେଇ ତାଙ୍କ ଘର ଲୋକ କଣ୍ଟାମାଲ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ମିଳିତ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକ ପକ୍ଷରୁ ସଭାପତି ନିଲାଞ୍ଚଲ ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାମାଲ ଥାନାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଶିକ୍ଷକଙ୍କୁ ଶୀଘ୍ର ଖୋଜି ବାହାର ନକଲେ ଶିକ୍ଷାଦାନରେ ବ୍ୟାଘାତ ଘଟିବ ବୋଲି ଆଶଙ୍କା କରାଯାଇଛି । ଏଣୁ ତୁରନ୍ତ ନିଖୋଜ ଶିକ୍ଷକଙ୍କୁ ଖୋଜି ବାହାର କରନ୍ତୁ ବୋଲି ଶିକ୍ଷକ ସଂଘ ଦାବୀ କରିଛି । ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ଶିଶିର ଖଟୁଆ, ନିରାକାର ସାହୁ, ସତ୍ୟ ରଣା, ମଦନ ବେହେରା, ନରେନ୍ଦ୍ର ଖଟୁଆ, ରଂଜୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen − three =

error: Content is protected !!