pakka

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : କବି ଗଗନବିହାରୀ ନାୟକଙ୍କ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏକ ନିରାଡମ୍ବର ଉତ୍ସବରେ ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ, କବି ଶ୍ରୀ ନାୟକଙ୍କ ଆବାହକତ୍ୱ ତଥା କବି ଭୋଳେଶ୍ୱର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଆର୍‌ଏସ୍‌ପି ମହାପ୍ରବନ୍ଧକ ନାରାୟଣ ପତି ମୁଖ୍ୟଅତିଥି, ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଆଲୋଚକ ଓ ସମ୍ମାନିତ ଆଲୋଚକ ଭାବେ ଡା. କୃପାସିନ୍ଧୁ ନାୟକ ଓ ଶିକ୍ଷାବିତ ରଶ୍ମିବାଳା ରାଉତରାୟ ପ୍ରମୁଖ ଯୋଗଦେଇ ‘ସମର୍ପିତ ଶାନ୍ତିଦୂତ’ ପୁସ୍ତକକୁ ଉନ୍ମୋଚନ କରିବା ସହ ମାର୍ମିକ ଆଲୋଚନା କରିଥିଲେ । କବି ଶ୍ରୀ ନାୟକ ତାଙ୍କ ପୁସ୍ତକରେ ବିଭିନ୍ନ କୀଟ ପତଙ୍ଗକୁ ନେଇ କବିତା ରଚନା କରିଛନ୍ତି, ଯାହା ଅନନ୍ୟ ବୋଲି ଆଲୋଚକ ମାନେ ମତପ୍ରକାଶ କରିଥିଲେ । ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣ ସହ ପୁସ୍ତକ ଓ କବିଙ୍କ ସର୍ଜନ ଶୀଳତାକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭିରାମ ପ୍ରଧାନ, ଡା. ଗୀତାଞ୍ଜଳି ପତ୍ରୀ, ମନୋଜ କୁମାର ନନ୍ଦ, ପରେଶ ବିଶ୍ୱାଳ, ବ୍ରଜେନ୍ଦ୍ର ଦାଶ, ପଶୁପତିନାଥ ଚାଟାର୍ଜୀ, ଅକ୍ଷୟ ସାମଲ, କମଳାକାନ୍ତ ଦାସ, ସଂଜୀବ ନାୟକ, ବିକ୍ରମ ଆଚାର୍ଯ୍ୟ, କବିବର ପରିଡା, ଗୋକୁଳାନନ୍ଦ ଦାଶ, ବିଜୟ ସେନାପତି, ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାପାତ୍ର, ସମୀରବାଳା ଦାଶ, କମଳ ଆଚାର୍ଯ୍ୟ, ଖଗେଶ୍ୱର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × three =