pakka

ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା : ୩ ଗିରଫ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କଣ୍ଟାପଡ଼ା ଗ୍ରାମର ରିଙ୍କୁ ବରିହା (୩୦) ଗତ ୨୦/୧୨/୨୦୨୨ ତାରିଖ ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ସ୍ଥିତ ନିଜ ଶ୍ୱଶୁରଙ୍କ ଘରକୁ ଯାଇଥିବା ବେଳେ କିଛି କାରଣରୁ ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ଯୋଗୁଁ ରାଗି ଘର ଛାଡି ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ଜଙ୍ଗଲି ବାରହା ଶିକାର ପାଇଁ କିଛି ଶିକାରି ଖୋଲା ବିଦ୍ୟୁତ୍ ତାର ବାଟରେ ବିଛେଇ ଥିବା ବେଳେ ତାର ସଂସ୍ପର୍ଶରେ ଆସି ରିଙ୍କୁ ବରିହାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପାଇକମାଲ ପୋଲିସ ଗତ ୨୧/୧୨/୨୦୨୨ ଦିନ ପାଇକମାଲ ଥାନା କେସ୍‌ ନମ୍ବର ୨୯୮ ଅନୁଯାୟୀ ଏକ କେସ୍‌ ରୁଜୁ କରି ତଦନ୍ତ କରିବା ସହ ଶିକାର ପାଇଁ ଜାଲ ବିଛାଇ ଥିବା ତିନି ଜଣ ଅପରାଧୀ ସେହି ଗ୍ରାମର କୃଷ୍ଣ ମଗର, ଜୟରାମ ବରିହା ଏବଂ ଘନଶ୍ୟାମ ରଣାଙ୍କୁ ଗିରଫ କରି ଆଇପିସି ଧାରା ୩୦୪/୧୮୫, ୧୩୫ ଅନୁଯାୟୀ ମାମଲା କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ବିଭୁତି ଭୂଷଣ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twelve − 11 =