pakka

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ନାରାୟଣ ପାଢୀ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ସଭାପତି ଉପସ୍ଥିତ ସଭ୍ୟମାନଙ୍କ ମତାମତ ଆହ୍ୱାନ କଲା ପରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ବଲାଙ୍ଗିର ଷ୍ଟେସନରେ ଲିଫ୍ଟ ସ୍ଥାପନ, ବଲାଙ୍ଗିର ରୋଡ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ୍‌ର ରହଣି, ପୁରୀ-ସମ୍ବଲପୁର ଟ୍ରେନ୍‌ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ, ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥ କାମ ଶୀଘ୍ର ସମାପ୍ତ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଏବଂ ସାଂସଦ ସଂଗୀତା କୁମାରୀ ସିଂହଦେଓ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବାରୁ ସଂଘ ତରଫରୁ ଧନ୍ୟବାଦ ଓ ପ୍ରସ୍ତାବ ଗୃହିତ ହୋଇଥିଲା । ଉପସଭାପତି ଅଶୋକ ମିଶ୍ର, ବରିଷ୍ଠ ସଦସ୍ୟ ବିକ୍ରମାନନ୍ଦ ବହିଦାର, ଧର୍ମବ୍ରତ ରଥ, ନିତ୍ୟାନନ୍ଦ ମିଶ୍ର, ମନୋରଞ୍ଜନ ପୁରୋହିତ, ପ୍ରଭାକର ମିଶ୍ର, ବିନୟ କୁମାର ମିଶ୍ର, ଯୁଧିଷ୍ଟିର ମିଶ୍ର, ଋତୁରାଜ ସିଂ, ଛବିଲାଲ ବେହେରା, ଗୋପବନ୍ଧୁ ପୁରୋହିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହସଂପାଦକ ଦିବାକର ହୋତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

four × 1 =