pakka

ଗଞ୍ଜାମ ଜିଲ୍ଲାସ୍ତରୀୟ ମହିଳା ଦିବସ ସମାରୋହ

bbehera
  • ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନେ କେବେ ବି ଅବଳା ଆଉ ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି ଭୂମିକା ନେଇଥାନ୍ତି । ସେ ଅସାଧାରଣ, ସେ ଧୌର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ । ନାରୀମାନଙ୍କ ସାମଗ୍ରୀକ ବିକାଶ ଓ ସେମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ୯ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କିର୍ତ୍ତୀ ଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମହିଳାମାନେ ରାଷ୍ଟ୍ର ଗଠନର ମୁଖ୍ୟ କର୍ଣ୍ଣଧାର । ମହିଳାମାନଙ୍କର ବିନା ପ୍ରଗତିରେ ଦେଶର ପ୍ରଗତି ହୋଇ ପାରିବ ନାହିଁ । ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟରଞ୍ଜନ ପୃଷ୍ଟି ଯୋଗ ଦେଇ କହିଥିଲେ ଯେ, ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦେବା ଓ ମହିଳାମାନେ ଯେପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ ।

ଏହି ଅବସରରେ ବିଗତ ଦିନମାନଙ୍କରେ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସ୍ୱାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆକ୍ସନ୍ ଏଡ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ବୈଠକକୁ ସଂଚାଳନା କରିଥିଲେ । ଏହି ଅବସରରେ ୨୦୨୨-୨୩ରେ ଉତ୍ତମ କାର୍ଯ୍ୟ ପାଇଁ ବେଷ୍ଟ ସିଡିପିଓ, ବେଷ୍ଟ ସୁପରଭାଇଜର୍, ବେଷ୍ଟ ଅଙ୍ଗନୱାଡି କର୍ମୀ, ବେଷ୍ଟ କିଶୋର କିଶୋରୀ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ କରାଯାଇଥିଲା । ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଚାଇଲଡ୍ ଲାଇନ୍, ସଖୀ ୱାନ ଷ୍ଟପ୍ ସେଣ୍ଟର ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

5 × four =