pr

ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇକ୍ଷମସନୟ ଆନୁକଦ୍ଭଲ୍ୟରେ ମାଟ୍ରିକ ପରୀକ୍ଷାରେ ଏ-ୱାନ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଚିତ୍ତାକର୍ଷକ ଉତ୍ସବକୁ ସାକାର କରିବା ପାଇଁ ଭବାନୀପାଟଣା ସ୍ଥିତ ପ୍ରଗତି କଲେଜ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟାନ୍ୟ ସଂଗଠନ ସହଯୋଗ କରିଥିଲେ । ଚଳିତ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ୧୯ଜଣ ଛାତ୍ରଛାତ୍ରୀ ଉକ୍ତ ତାଲିକାରେ କୃତିତ୍ୱ ଅର୍ଜନ କରିଥିବା ବେଳେ ମୁଖୀଗୁଡା ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରେୟାଂଶି ସାହୁ ୯୭ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ଶ୍ରେଷ୍ଠ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଅବସରରେ ଆୟୋଜିତ ସମସ୍ତ କୃତି, ଅଭିଭାବକ ଅଭିଭାବିକା, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାମନା କରିଥିଲେ । ଆୟୋଜିତ ସମାରୋହରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ସାଧନା ହିଁ ସଫଳତାର ଚାବିକାଠି ବୋଲି ବର୍ଣ୍ଣନା କରିଥିଲେ । ଜୟପାଟଣା ବିଡିଓ ଧର୍ମରାଜ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମାଜସେବୀ ସନ୍ତୋଷ କୁମାର ପଣ୍ଡା, ପ୍ରଗତି କଲେଜ ଅଧ୍ୟକ୍ଷା ଅଜୟ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଅବସର ପ୍ରାପ୍ତ ଆଇଆର୍‌ଏସ୍‌ ଗଙ୍ଗାଧର ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସମାଜସେବୀ ଚିନ୍ମୟ ବେହେରା, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ପ୍ରଭାକର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ସଭା ପରିଚାଳନା କରିଥିବା ବେଳେ ସଂଗଠନ ସଦସ୍ୟ ରଜତ ବଂଶଲ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଅବିନାଶ ମୁଣ୍ଡ, ସଞ୍ଜୀବ କୁମାର ଠାକୁର, ପ୍ରମୋଦ କୁମାର ଠାକୁର ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.