csstore

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ଗତ ୧୧ ମଇ ୨୦୨୫ ତାରିଖରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପଠାରେ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିକେଲ ହାଇସ୍କୁଲ ମାଟ୍ରିକ ୨୦୦୦ ବ୍ୟାଚର ପ୍ରାୟ ୫୦ ଜଣ ବନ୍ଧୁ ବାନ୍ଧବୀ ଓ ତାଙ୍କ ପରିବାର ଲୋକ ଅଂଶଗ୍ରହଣ କରିଥିଲେ । ବରିକେଲ ହାଇସ୍କୁଲର ତତ୍କାଳୀନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଫିସ କର୍ମଚାରୀ ପରୀକ୍ଷିତ ବେହେରା, ହେମସାଗର ସାହା, ପଦ୍ମିନୀ ବହିଦାର, ଭାରତୀ ସାମନ୍ତରାୟ, ଗୋପାଲଜୀ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ପଣ୍ଡା, ନବୀନ ଚନ୍ଦ୍ର ସାହୁ, ମୀନକେତନ ସାହୁ, ନିର୍ମଳ ବାଙ୍କ, ପରମେଶ୍ୱର ସାହା ମହୋଦୟମାନଙ୍କୁ ଏହି କର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହରେକୃଷ୍ଣ ମେହେର ଏବଂ ଇତିଶ୍ରୀ ପୁରୋହିତ ପରିଚାଳନା କରିଥିଲେ । ଜଗବନ୍ଧୁ ଶିକା କାର୍ଯ୍ୟକ୍ରମର ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମ୍ୟାଟ୍ରିକ ୨୦୦୦ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଅତୀତର ସ୍ମୃତି ଚାରଣ କରିଥିଲେ । ବାବୁଲାଲ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ପୁରାତନ ଛାତ୍ରଛାତ୍ରୀ ତଥା କୁନି କୁନି ପିଲା ମାନେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଦମ୍ପତ୍ତି ମାନଙ୍କ ମଧ୍ୟରେ କେତୋଟି ପ୍ରତିଯୋଗିତା ମଧ୍ୟରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ରାଜେଶ କୁମାର ସାହୁ ଏବଂ ସୁଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.