csstore

ଲୋଇସିଂହା ଯାଦବ ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ଯାଦବ ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ ହରିହର ଦୀପଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଲୋଇସିଂହା ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରା, ସମିତି ସଭ୍ୟ ସୁଶିଲ ପାଣ୍ଡେ ପ୍ରମୁଖ ଯୋଗଦେଇଥିଲେ । କୁନା ଭୋଇ ଯାଦବ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସୁଶ୍ରୀ ନେହା ବଗର୍ତ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଯାଦବ ସମାଜର ନୂତନ ଭବନକୁ ମୁଖ୍ୟ ଅତିଥିଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ ରୀତିନୀତି ତଥା ପାରମ୍ପରିକ ଚାଲିଚଲଣୀ ଉପରେ ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ହେର୍ଣ୍ଣା, କୁନା ଭୋଇ, ଭାଗ୍ୟବତୀ ଘିବେଲା, ଆଗଲପୁର ବ୍ଲକ ଯାଦବ ସମାଜ ସଭାପତି କଳାର ସିଂ ବାଗ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସୁଶ୍ରୀ ନେହା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମାଜର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.