pakka

ଡାକ୍ତରଖାନା ପରିସରରେ ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ ଆମ ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ହସ୍ପିଟାଲ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଗଲା । ଖୁସିର କଥା ୧୦୦୦ରୁ ଅଧିକ ବ୍ୟକ୍ତି ଏହାର ସୁଯୋଗ ନେଇଥିଲେ । ମଲମୁଣ୍ଡା ଗ୍ରାମ୍ୟ କମିଟି ଯୁବାବର୍ଗ ଓ କର୍ମକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗରେ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ପୁସ୍ତକ କମିଟି, ଯୁବାମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି ଓ ଉପଦେଷ୍ଟା ମଣ୍ଡଳୀ ସହ ବିଭିନ୍ନ ଅଞ୍ଚଳର ଗ୍ରାମ୍ୟ କମିଟିର ଯୁବ ସମାଜ ସମେତ ବିବେକାନନ୍ଦ ପଟେଲ, ଯଦୁନାଥ ପଟେଲ, ଚିତ୍ତରଞ୍ଜନ ପଟେଲ, ଅନ୍ତ ପଟେଲ ଓ ଆଶୁତୋଷ ପଟେଲ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

1 × four =