csstore

ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବଲାଙ୍ଗିର ଜିଲ୍ଲାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲାଆଇନ ସେବା ପ୍ରାଧିକରଣ ଡକ୍ଟର ପବିତ୍ର ମୋହନ ସାମଲ, ଫାମିଲି ଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରିୟରଞ୍ଜନ ମିଶ୍ର, ବରିଷ୍ଟ ଦେବାନି ନ୍ୟାୟଧିଶ ଜ୍ୟୋତିରଞ୍ଜନଦାସ, ବରିଷ୍ଟ (ଏଲ୍‌.ଆର୍‌.ଏଣ୍ଡ ଟି.ଭି) ଜନ୍ମେଜୟ ପଲେଇ, ଏସ୍‌.ଡି.ଜି.ଏମ୍‌.ଜି.ଏମ୍‌ ମନୋଜ କୁମାର ମହାନ୍ତି, ଜେ.ଏମ୍‌.ଏଫ୍‌.ସି. ଶ୍ରୀମତୀ ଲକ୍ଷ୍ମୀ ବେହେରା, ସଧାର ଗୃହର ସଭାପତି ଭକ୍ତ ନାୟକ ଏବଂ ସଦସ୍ୟ ଉଚ୍ଚାଟନନ୍ଦ ମହାକୁର ପ୍ରମୁଖ ଯୋଗଦେଇ ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ଉପସ୍ଥିତ ଅନ୍ତେବାସୀଙ୍କୁ ସଚେତନ କରାଇଥିଲେ । ଉକ୍ତ ଶିବିରକୁ ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ ବଲାଙ୍ଗିର ବିନୟ କୁମାର ପାତ୍ର ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.