csstore

୬୦ ପରିବାର ଡୁମାଲ ସମାଜର ନୂତନ କର୍ମକର୍ତ୍ତା ଗଠନ ଓ ସାଧାରଣ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରିଠାରେ ୬୦ ପରିବାର ଡୁମାଲ ସମାଜର ନୂତନ କମିଟି ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ନିମାନନ୍ଦ ଖମାରୀ, ଉପସଭାପତି ଅନିରୁଦ୍ଧ କରଣ, ସମ୍ପାଦକ ଗୌତମ କର୍ମୀ, ସହ ସମ୍ପାଦକ ଧୂବଲେ ବାରିକ, କୋଷାଧ୍ୟକ୍ଷ ପ୍ରଦୀପ ମହାକୁର, ମିଡ଼ିଆ ସେଲ ବିଦୁର କରଣ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ରାମ ପଡିଆ, ଘନ ପ୍ରଧାନ, ଘାସିରାମ ଖମାରୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଧାନ କର୍ମୀ, ନେପାଳ ବାରିକ, ପଞ୍ଚୁ ଚଉଳିଆ ପ୍ରମୁଖ ଚୟନ ହୋଇଛନ୍ତି । ଏଥିରେ ଟିକେଶ୍ୱର ଗଡୁଆ, ବନମାଳୀ କଳତା, ରାଜେଶ ଖମାରୀ, ନବୀନ ଡାଙ୍ଗ, ସୁଶୀଲ ମହାକୁର, ସୁଦାମ ଦନ୍ତା, ଦୁଃଖୀ ଶ୍ୟାମ ପାତ୍ର ଓ ଗୋପାଳ ପ୍ରଧାନଙ୍କ ସମେତ ସମାଜର ଭଦ୍ରବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଅନିରୁଦ୍ଧକରଣଙ୍କ ସଭାପତିତ୍ୱ କରିଥିବା ବେଳେ ଗୌର ମହାକୁର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଡୁକେଚରଚରା, କେଓମାଲ, ଝିମନପାଲି, ବାରିକପାଲି, ସାଲେଦମକ, ଡାହିମାଲ, ଧରବଗଡ଼, ଲମକାନୀ, ସୁଲିଆମାଲ, ଲୁଥାକେନ, ପଟାମରା, ଝିଙ୍କିଡୁଙ୍ଗୁରି, କେନ୍ଦୁଉଡାର, ଖର୍ସଲବାଞ୍ଜି, କଦଳୀମୁଣ୍ଡା, ଲାଫେର ସମେତ ଗ୍ରାମର ଡୁମାଲ ପରିବାରର ସଦସ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.