pakka

ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ବିଭିନ୍ନ ସାମଗ୍ରୀ ପ୍ରଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଜଙ୍ଗଲ ଯୋଜନା ଅନ୍ତର୍ଗତ ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସଭା ଆୟୋଜନ କରି ଭୋଜି ସାମଗ୍ରୀ(ୟୁଟେନ୍‌ସିଲ), ଟେଣ୍ଟ ସାମଗ୍ରୀ, ସିଲେଇ ମେସିନ୍‌ ଓ ଚୌକି ଇତ୍ୟାଦି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଫରେଷ୍ଟର ବ୍ୟାସ ଦେବ ସାହୁ, ଶ୍ରୀମତୀ ଭବାନୀ ସ୍ୱାଇଁ, ଶ୍ରୀମତୀ ରାଜେଶ୍ୱରୀ ମହାକୁର ଏବଂ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁର ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାମ ପାଇଁ ପରଧିଆପାଲି ଓ ବୈଦିପାଲ ଦୁଇଟି ଗ୍ରାମକୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଏହିପରି କାର୍ଯ୍ୟକ୍ରମ ଯୋଜନା ମଧ୍ୟମରେ ଆହୁରି ଅନେକ ଗ୍ରାମଗୁଡିକୁ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ବୃଦ୍ଧିକୁ ପ୍ରୋତ୍ସାହନ ଦେବାକୁ ସ୍ଥିରୀକୃତ ହୋଇଛି ।

jay balangir
Leave A Reply

Your email address will not be published.

five × three =