jsm

ଓଁ ଶାନ୍ତି ଯୋଗପୀଠର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶାନ୍ତି ଯୋଗପୀଠ ଦ୍ୱାରା ସ୍ଥାନୀୟ ରାଜେନ୍ଦ୍ର ପାର୍କ ସାମ୍ନାରେ ଆଜି ସକାଳୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶିକ୍ଷକ ବିନୟ କୁମାର ମିଶ୍ର ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ କାର୍ଯ୍ୟକ୍ରମ ପରେ ସଭାପତି ନାରାୟଣ ପାଢୀ ଯୋଗର ଉପକାରିତା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଅନୁଷ୍ଠାନର ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ସକାଳେ ଠିକ୍‌ ସମୟରେ ଉପସ୍ଥିତ ରହି ନିୟମିତ ଯୋଗ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ମଦନ ଗୋପାଳ ଅଗ୍ରୱାଲ, ବିଶ୍ୱନାଥ ମିଶ୍ର, ଚିତ୍ତ ରଂଜନ ପଟେଲ, ଶିବ ନାରାୟଣ ମହାଣା, ଜଗଦୀଶ ଅଗ୍ରୱାଲ, ପ୍ରକାଶ କେଜରିୱାଲ, ଚନ୍ଦ୍ର ପ୍ରକାଶ ଅଗ୍ରୱାଲ, ତ୍ରିଲୋଚନ ଦାଶ, ସଜନ ଅଗ୍ରୱାଲ, ଦେବୀ ପ୍ରସାଦ ଅଗ୍ରୱାଲ, ସୁରେନ୍ଦ୍ର ସିଂ, ସତ୍ୟ ନାରାୟଣ ନାଏକ, ମନୋରଞ୍ଜନ ମିଶ୍ର, ଦାମୋଦର ଓତା, ସୁଦାମ ପ୍ରସାଦ ଅଗ୍ରୱାଲ ଉପସ୍ଥିତ ରହି ଯୋଗ କରିଥିଲେ । ଶେଷରେ ସହ ସଂପାଦକ ରୋହିତ କୁମାର ଶତପଥି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.