jsm

ପ୍ରାକ୍ତନୀ ସମାବେଶ ୨୦୨୪

csstore

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ପ୍ରାକ୍ତନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ଅଭିଜ୍ଞତା ତଥା ଭାବ ବିନିମୟ କରିଥିଲେ । ଏହି ଅବସରରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, କବି ଅପର୍ଣ୍ଣା ମହାନ୍ତି, କବି ଶତ୍ରୁଘ୍ନ ପାଣ୍ଡବ, କଥାକାର ଗିରିଶ ଚନ୍ଦ୍ର ସାହୁ, ଗୀତିକବି କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶ ମେକାପ, ପ୍ରଫେସର ଦେବେନ୍ଦ୍ର ବେହେରା, ପ୍ରଫେସର ରଂଜିତ କୁମାର ପରିଡା, ଅଧ୍ୟାପିକା ମନୀଷାକାନ୍ତୀ ଜେନା, ଅଧ୍ୟାପକ ପବିତ୍ର ସାହୁ, ଅଧ୍ୟାପକ ଚନ୍ଦ୍ରକାନ୍ତ ମଲ୍ଲିକ, ଅଧ୍ୟାପକ ଅଧିକାରୀ ନୀଲେଶ କୁମାର ଦାସ, ଅଧ୍ୟାପିକା ପ୍ରଭାସିନୀ ଦାସ, ନିରୁପମା ଦାସ, ରଞ୍ଜନ ଗିରି ସମେତ ଆହୁରି ଅନେକ ପ୍ରାକ୍ତନୀ ଉପସ୍ଥିତ ଥିଲେ । କବି ଅପର୍ଣ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ମନୀଷାକାନ୍ତି ଜେନା ସ୍ୱାଗତ ଭାଷଣ ରଖିଥିବା ବେଳେ ସମାଜସେବୀ ଗଣେଶ ଚନ୍ଦ୍ର ମେକାପ ବିଭାଗୀୟ ଅଧ୍ୟାପିକା ମନୀଷାକାନ୍ତି ଜେନାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କିପରି ବିଭାଗର ଉନ୍ନତି ହେବ, ଛାତ୍ରଛାତ୍ରୀ ମାନଙ୍କର ଉନ୍ନତ ଶିକ୍ଷା ମିଳିବ ତାହାର ବିଶେଷ ଆଲୋଚନା ସହ ଆଗାମୀ ବାର୍ଷିକ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

yuvodaya
Leave A Reply

Your email address will not be published.