pakka

କଂଗ୍ରେସ ମହିଳା ସମାବେଶ : ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ, କହିଲେ ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଂଗ୍ରେସ ପକ୍ଷରୁ ମହିଳା ସମାବେଶର ଆୟୋଜନ ହୋଇଥିବା ବେଳେ ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ, କହିଛନ୍ତି ସମରେନ୍ଦ୍ର । ଗତ ୧୦ ବର୍ଷରେ ଦୁଇଟି ନିର୍ବାଚନରେ ଆପଣ ଆମ ପ୍ରିୟ ବିଧାୟକ ନରସିଂହ ମିଶ୍ରଙ୍କୁ ଦେଇଥିବା ଭୋଟ୍‌ର ମୁଲ୍ୟ ଏ ଅଂଚଳର ବିକାଶ ରୂପରେ ଆପଣମାନେ ଫେରି ପାଇଛନ୍ତି । ଶିକ୍ଷା, କ୍ରୀଡା, ରାସ୍ତା, ଜଳସେଚନ ଓ ସ୍ୱାସ୍ଥ୍ୟ ସେବା ଦିଗରେ ସରକାରଙ୍କ ଠାରେ ଲଢେଇ କରି ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି । ତେଣୁ ଆଗାମୀ ୫ ବର୍ଷରେ ଆମର ଲକ୍ଷ୍ୟ ହେଲା ଯେତେ ଜବରଦଖଲକାରୀ, ଭୂମିହୀନ, ଗରିବ ସରକାରୀ ଜାଗାରେ ଘର ଖଣ୍ଡିଏ କରି ବସବାସ କରୁଛନ୍ତି ସେ ସମସ୍ତଙ୍କୁ ସେମାନେ ରହୁଥିବା ଜାଗାରେ ହିଁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ଗତ କାଲି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩,୪,୬,୭ ଓ ୮ର ବରପାଲିପଡା ଓ ହାଟପଦାପଡା ଠାରେ କଂଗ୍ରେସ ଦଳ ତରଫରୁ ଆୟୋଜିତ ମହିଳା ସମାବେଶରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ମହାରାଣୀ ସାଗର, ଲକ୍ଷ୍ମୀଯୋର ଭଳି ଜଳଚର ଜମିରେ ଲୋକେ ବସତି ସ୍ଥାପନ କରିଛନ୍ତି ଯେହେତୁ ସେ ନିଦ୍ଦିଷ୍ଟ ଜଳଚର ଜମିରେ ଆଉ ପାଣି ମାଡୁନାହିଁ । ସେହି ଜମିର କିସମ ପରିବର୍ତ୍ତନ କରି ବସବାସ କରୁଥିବା ନାଁରେ ପଟ୍ଟା ପ୍ରଦାନ କରାଯାଉ ବୋଲି ବିଭାଗୀୟ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଉପସ୍ଥିତ ଥିବା ମହିଳାମାନଙ୍କୁ ସମରେନ୍ଦ୍ର କହିଥିଲେ ଜନ ବିରୋଧି ବିଜେଡି ସରକାର ଗରିବ ଜବରଦଖଲକାରୀଙ୍କ ପାଇଁ ୭ ବର୍ଷ ଜେଲର ବ୍ୟବସ୍ଥା ଆଣିଥିଲେ । ଯାହାକୁ କି ତତ୍‌କାଳୀନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିରୋଧ କରିବା ଯୋଗୁଁ ରାଜ୍ୟପାଳଙ୍କ ଅନୁମୋଦନ ନପାଇ ବିଲଟି ଆଉ ଆଇନରେ ପରିଣତ ହୋଇପାରିଲା ନାହିଁ । ତେଣୁ ଭୂମିହୀନ ଜବରଦଖଲକାରୀମାନେ ନିଶ୍ଚିତ ହୋଇଯାଆନ୍ତୁ ଆପଣମାନଙ୍କ ସହିତ ନରସିଂହ ମିଶ୍ର ଅଛନ୍ତି । ଆପଣମାନେ ନିଶ୍ଚିତ ଭାବେ ରହୁଥିବା ଜମିର ପଟ୍ଟା ପାଇବେ ବୋଲି ସମରେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଓ ଜିଲ୍ଲା ମହିଳା ସଭାନେତ୍ରୀ ମିଳନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶ ରେ ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳର ଉଭୟ ବିଧାନସଭା ଓ ସାଂସଦ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିବା ସହିତ କଂଗ୍ରେସ ସରକାର ଗଠନ କଲେ ସମାଜର ପ୍ରତ୍ୟେକ ବର୍ଗ ଯଥା ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ ତଥା ସାଧାରଣ ବର୍ଗ ସମସ୍ତ ଉପକୃତ ହେବେ ବୋଲି କହିଥିଲେ । ଉଭୟ ମହିଳା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କାଉନ୍‌ସିଲର୍‌ ରଜନି ବନଛୋର, ଅରବିନ୍ଦ ପରୁଆ, ପୂର୍ବତନ କାଉନ୍‌ସିଲର୍‌ ଉପେନ ଦୀପ, କପିଳେଶ୍ୱର ଖମାରୀ, ସୁଶାନ୍ତ ଷଡଙ୍ଗୀ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରମୁଖ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

2 × 4 =

error: Content is protected !!