pakka

ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନ : ଏନେଇ ଗଞ୍ଜାମ ପୋଲିସ ପ୍ରଶାସନର ତତ୍ପରତା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ତାଙ୍କରି ନାମାଙ୍କନ ପତ୍ର ଦାଖଲକୁ ନେ଼ଇ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କ୍ରମେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ହେଲିକପ୍ଟର ଯୋଗେ ଆସି ମଙ୍ଗଳବାର ଦିବା ୧୧ ଘଣ୍ଟାରେ ମା’ ତାରାତାରିଣୀଙ୍କ ଦର୍ଶନ ସାରି ନବୀନ ବାବୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିବେ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ହେଲିକପ୍ଟର ଯୋଗେ ଆସି ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଅବତରଣ କରିବେ ଏବଂ ସ୍ଥାନୀୟ ସର୍କିଟ ହାଉସ୍‌କୁ ଯାଇ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଛତ୍ରପୁର ଠାରେ ଶୃଙ୍ଖଳା ବ୍ୟବସ୍ଥା ଓ ପହରା ବ୍ୟବସ୍ଥା କରାଯିବା ନେଇ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଉଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ପରିକ୍ରମଣ ସ୍ଥାନ, ଅଞ୍ଚଳ ଏବଂ ସଦର ମହକୁମା ଛତ୍ରପୁରର ଲୱେର ବସ୍‌ଷ୍ଟାଣ୍ଡ ପରିସର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସ୍ଥାନର ସ୍ଥିତି ପରଖିବା ସାଂଗକୁ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ସୁରୁଖୁରେ ସମ୍ପନ୍ନ ହେବ ସେ ଦିଗରେ ପ୍ରଶାସନ ବିଶେଷ ଧ୍ୟାନ ଦେଇଛି । ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟ ପରିଚାଳିତ ହେବ ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ବାହିନୀର ମୁତୟନ କରାଯାଉଥିବା ସାଂଗକୁ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଖୁବ୍ କଡାକଡି କରାଯାଇଛି । ବିହିତ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ପୋଲିସ ପ୍ରଶାସନ ଉଦ୍ୟମ ଜାରୀ ରଖିଛି ।

jay balangir
Leave A Reply

Your email address will not be published.

2 − one =

error: Content is protected !!